Advertisment

ମୃତ୍ୟୁ ଏବଂ ଜୀବନର ସନ୍ଧିକ୍ଷଣ ଭିତରେ ସେହି ନିଷ୍ପତ୍ତି...

କଟକ(ଓଡ଼ିଶା ରିପୋର୍ଟର) ରାଜ୍ୟ ସ୍ୱାସ୍ଥ୍ୟ ସେବା ଓ କଟକ ଏସ୍‌ସିବି ଇତିହାସରେ ନୂଆ ଅଧ୍ୟାୟ। ଦୀର୍ଘ ୭ ଘଣ୍ଟାର ପ୍ରଚେଷ୍ଟା ପରେ ପ୍ରଥମଥର ପାଇଁ ସଫଳ ହୋଇଛି କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ। ତେବେ ଏଇ ସଫଳତା ପଛରେ ଡାକ୍ତରଙ୍କ ଭୂମିକା ଯେତିକି, ତାଠୁ ଅଧିକ ଆପଣାମଣିଷର ଅଙ୍ଗଦାନ ଭଳି ପରିବାରର ବଡ଼ ନିଷ୍ପତ୍ତି ହେଲା ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ପାଇଁ ନୂଆ ଜୀବନ ପାଇଲେ ବରଗଡ଼ ଅତାବିରାର ଫିରୋଜ ସାହୁ । ସ୍ୱର୍ଗଦ୍ୱାରରେ ଜୁଇରେ ଜଳିବା […]

ମୃତ୍ୟୁ ଏବଂ ଜୀବନର ସନ୍ଧିକ୍ଷଣ ଭିତରେ ସେହି ନିଷ୍ପତ୍ତି...

b-9087

Advertisment

କଟକ(ଓଡ଼ିଶା ରିପୋର୍ଟର) ରାଜ୍ୟ ସ୍ୱାସ୍ଥ୍ୟ ସେବା ଓ କଟକ ଏସ୍‌ସିବି ଇତିହାସରେ ନୂଆ ଅଧ୍ୟାୟ। ଦୀର୍ଘ ୭ ଘଣ୍ଟାର ପ୍ରଚେଷ୍ଟା ପରେ ପ୍ରଥମଥର ପାଇଁ ସଫଳ ହୋଇଛି କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ। ତେବେ ଏଇ ସଫଳତା ପଛରେ ଡାକ୍ତରଙ୍କ ଭୂମିକା ଯେତିକି, ତାଠୁ ଅଧିକ ଆପଣାମଣିଷର ଅଙ୍ଗଦାନ ଭଳି ପରିବାରର ବଡ଼ ନିଷ୍ପତ୍ତି ହେଲା ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ରଙ୍କ ପାଇଁ ନୂଆ ଜୀବନ ପାଇଲେ ବରଗଡ଼ ଅତାବିରାର ଫିରୋଜ ସାହୁ । ସ୍ୱର୍ଗଦ୍ୱାରରେ ଜୁଇରେ ଜଳିବା ପୂର୍ବରୁ ଫିରୋଜଙ୍କୁ ନୂଆ ଜୀବନ ଦେଲେ ପ୍ରିୟଙ୍କା।

Advertisment

ମରଣ ଯୋଡ଼ିଲା ସଂପର୍କ। ଅଙ୍ଗଦାନ ଭଳି ପରିବାରର ନିଷ୍ପତ୍ତିରେ ପାହାଡ଼ସମ ଦୃଢ଼ତା ପାଇଁ ମରି ବି ଫିରୋଜ ଦେହରେ ପୁଣି ଜିଇଁଲେ ପ୍ରିୟଙ୍କା। ପ୍ରିୟଙ୍କାରାଣୀ ପାତ୍ର । ଘର ଗଞ୍ଜାମ ଦିଗପହଣ୍ଡିରେ। ଗତ ୨୭ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପ୍ରିୟଙ୍କା। ସକଳ ଚେଷ୍ଟା ସତ୍ତ୍ୱେ ସୋମବାର ରାତି ପ୍ରାୟ ୧୧ଟାରେ ବ୍ରେନ୍‌ଡେଡ୍ ଅବସ୍ଥାକୁ ଚାଲିଯାଇଥିଲେ ପ୍ରିୟଙ୍କା। ବଞ୍ଚିବାର ଲେଶମାତ୍ର ଆଶା ନଥିବା ଜାଣି ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ପ୍ରିୟଙ୍କାଙ୍କ ଅଙ୍ଗଦାନ କରିବେ।

ଆପୋଲୋ କର୍ତ୍ତୃପକ୍ଷଙ୍କଠୁ ସୂଚନା ପାଇ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡନୀ ଅନ୍ୟ ଜଣଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ କଟକ ବଡ଼ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ରାତାରାତି ଏସ୍‌ସିବିର ଏକ ବିଶେଷଜ୍ଞ ଟିମ୍ ଆପୋଲୋ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ ଜୀବନ୍ତ ଥିବା ଦୁଇଟିଯାକ କିଡନୀ କାଢ଼ି ତୁରନ୍ତ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବଡ଼ମେଡିକାଲ୍ ଆଣିଥିଲେ । ଏହି ସମୟରେ ଆମ୍ବୁଲାନ୍ସର ମୁକ୍ତ ଗମନ ପାଇଁ କଟକ-ଭୁବନେଶ୍ୱର ରାସ୍ତାରେ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯାଇଥିଲା। ଆଉ କିଡନୀ ପହଞ୍ଚିବା କ୍ଷଣି ବଡ଼ମେଡିକାଲରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟେସନ୍। ୬ ମାସ ଧରି ଦୁଇଟିଯାକ ନଷ୍ଟ କିଡନୀ ସହ ଜୀବନ ସହ ଯୁଝୁଥିବା ଅତାବିରାର ଫିରୋଜ ସାହୁଙ୍କ ଶରୀରରେ ସଫଳତାର ସହ ଲାଗିଥିଲା ପ୍ରିୟଙ୍କାଙ୍କ କିଡ୍‌ନୀ।

Advertisment

ମୃତ୍ୟୁର ନିର୍ଦ୍ଦିଷ୍ଟ ସମୟ ଭିତରେ ଶବ ଦେହରୁ ଅଙ୍ଗ ନେଇ ଅନ୍ୟ ଦେହରେ ପ୍ରତ୍ୟାରୋପଣକୁ ଡାକ୍ତରୀ ଭାଷାରେ କାଡ଼ାଭେରିକ୍ ଟ୍ରାନ୍ସପ୍ଲାଣ୍ଟେସନ୍ କୁହାଯାଏ। ତେବେ ରାଜ୍ୟରେ ପ୍ରଥମଥର ପାଇଁ ସଫଳତାର ସହ ଏଭଳି ଅପରେସନ୍‌କୁ ନେଇ ବେଶ୍ ଉତ୍ସାହିତ ସ୍ୱାସ୍ଥ୍ୟ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରିୟଙ୍କାଙ୍କ ପରିବାରବର୍ଗଙ୍କ ତ୍ୟାଗ ଓ ଡାକ୍ତରଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe