ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଥମ ଭାରତୀୟ ତଥା ଓଡ଼ିଆ ଆଇଆରଏସ ପ୍ରଣବ କୁମାର ଦାସ ବିଶ୍ୱ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦ ପାଇଁ ଇଂଲଣ୍ଡ ପ୍ରାର୍ଥୀଙ୍କୁ ହରାଇ ପ୍ରଣବ ୫ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଣବ ମୋଟ ୧୦୮ଟି ଭୋଟ୍ ପାଇଥିବା ବେଳେ ୟୁକେର ପ୍ରାର୍ଥୀ ୬୮ ଖଣ୍ଡ ଭୋଟ୍ ପାଇଥିଲେ।
ପୂର୍ବରୁ ଏହି ପଦବୀ ପାଇଁ ତିନି ଜଣ ଭାରତୀୟ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ବର୍ତ୍ତମାନ ପ୍ରଣବ କେନ୍ଦ୍ର ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ଚଳିତ ବର୍ଷ କେନ୍ଦ୍ର ସରକାର ଜାନୁଆରୀ ମାସରେ ପ୍ରଣବଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ।
ଶ୍ରୀ ଦାସ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ଗ୍ରାଜୁଏଟ ହୋଇଥିବା ବେଳେ ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ୟୁନିଭର୍ସିଟିରୁ ପିଜି କରିଥିଲେ। ସେ ଭୁବନେଶ୍ୱରର ସ୍ୱର୍ଗତ ଆଇନଜୀବୀ ରମେଶ ଚନ୍ଦ୍ର ଦାସଙ୍କର ପୁଅ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ଗଛରେ ପିଟି ହୋଇଗଲା ବାଇକ୍। ଆଉ ଦୁଇ ବାଇକ୍ ଚାଳକଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ବେଳେ ଆଉ ଜଣେ ମରଣ ସହ ସଂଘର୍ଷ କରୁଛନ୍ତି।
Science & Environment
୬ ଥିଲା ୧୨ରେ ପହଞ୍ଚିଲା; ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।
Weather
ଆଜିଠୁ ବଦଳିବ ପାଗ; କମିବ ବର୍ଷା, ବଢ଼ିବ କୁହୁଡି
କମିବ ବର୍ଷା, ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସମ୍ପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।