‘ଓଡ଼ିଶୀ ସଙ୍ଗୀତ’କୁ ମିଳିବନି ଶାସ୍ତ୍ରୀୟ ମାନ୍ୟତା, ସ୍ପଷ୍ଟ କଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ‘ଓଡ଼ିଶାୀ ସଙ୍ଗୀତ’କୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଆଜି ପରୋକ୍ଷରେ ମନା କରିଦେଇଛନ୍ତି। ସଙ୍ଗୀତ, ନୃତ୍ୟ ଓ ଡ୍ରାମାର ଜାତୀୟ ଏକାଡେମୀ ଭାବେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡୋମୀ ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରେନି ବୋଲି କହି ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର ଏଡ଼ାଇ ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବା ପାଇଁ ଚାଲିଥିବା […]

odissi-dance_0

Ordigital Desk
  • Published: Tuesday, 10 August 2021
  • , Updated: 10 August 2021, 10:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରାୟ ଦୁଇ ହଜାର ବର୍ଷ ପୁରୁଣା ‘ଓଡ଼ିଶାୀ ସଙ୍ଗୀତ’କୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଆଜି ପରୋକ୍ଷରେ ମନା କରିଦେଇଛନ୍ତି। ସଙ୍ଗୀତ, ନୃତ୍ୟ ଓ ଡ୍ରାମାର ଜାତୀୟ ଏକାଡେମୀ ଭାବେ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡୋମୀ ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରେନି ବୋଲି କହି ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର ଏଡ଼ାଇ ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେବା ପାଇଁ ଚାଲିଥିବା ଆଶା ଧୂଳିସାତ ହୋଇଛି।

ଆଜି ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷାନ ରେଡ୍ଡୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ,  କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ହେଉଛି ସଙ୍ଗୀତ, ନୃତ୍ୟ ଓ ଡ୍ରାମାର ଜାତୀୟ ଏକାଡେମୀ। ଏହି ଏକାଡେମୀ ଦ୍ୱାରା ‘ଶାସ୍ତ୍ରୀୟ’ ଶବ୍ଦର ଉପଯୋଗ କରାଯାଏ ନାହିଁ। କେବଳ ଦୁଇଟି ମୁଖ୍ୟ ଶାଖା ରହିଛି ଯାହାକି  ହିନ୍ଦୁସ୍ତାନୀ ସଙ୍ଗୀତ ଓ କର୍ଣ୍ଣାଟକୀ ସଙ୍ଗୀତ। ତେଣୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପ୍ରକ୍ରିୟା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନ୍ତର୍ଗତ ଆସୁନାହିଁ। ତେବେ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଓଡ଼ିଶୀ ସଙ୍ଗୀତ ପାଇଁ ୨୦୧୧ରେ ଗୋପାଳ ଚନ୍ଦ୍ର ପଣ୍ଡା ଓ ୨୦୧୩ରେ ବଙ୍କିମ ସେଠୀଙ୍କୁ ପୁରସ୍କୃତ କରାଯାଇଛି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି। ‘ସ୍ୱର ଓ ବାଦ୍ୟ’ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଲିଖିତ ଭାବେ ପ୍ରଶ୍ନ କରିଥିଲେ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସଭାରେ ଏହି ଲିଖିତ ଉତ୍ତର ପରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଚାଲିଥିବା ପ୍ରୟାସକୁ ଶକ୍ତ ଧକ୍କା ଲାଗିଛି। ଓଡ଼ିଶା ସରକାର ୨୦୨୦ ସେପ୍ଟେମ୍ବର ୨ତାରିଖରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ସେହ ମାସ ୨୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତକାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏକ ଚିଠି ଲେଖି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ। ବିଜେଡି ସାଂସଦମାନେ ମଧ୍ୟ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇ ଓଡ଼ିଶାର ଗୌରବମୟ ଐତିହ୍ୟ ,ସଂସ୍କୃତି ଓ ଭାବାବେଗକୁ ମାନ୍ୟତା ଦେବାକୁ ଦାବି ଜଣାଇଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତି ସହ ଜଡ଼ିତ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆଶା କ୍ଷୀଣ ହୋଇଛି।
ସୂଚନାଯୋଗ୍ୟ, ୧୯୬୪ ମସିହାରେ ଓଡ଼ିଶୀ ନୃତ୍ୟକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେଇଥିବାବେଳେ ୨୦୧୪ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବେ ସ୍ୱୀକୃତି ଦେଇଥିଲେ ।

Related story