ସଡ଼କ ଦୁର୍ଘଟଣାରେ ପୁଲିସ୍ ଅଫିସର୍‌ଙ୍କ ମୃତ୍ୟୁ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସଡ଼କ ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଓଆଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋଜ କୁମାର ନାୟକ। ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ବିଶ୍ରା ଛକ ନିକଟରେ ତାଙ୍କ କାର୍ ଡିଭାଇଡରରେ ପିଟି ହେବାରୁ ଏ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

manoj

manoj

Jitendra Garnayak
  • Published: Wednesday, 05 December 2018
  • Updated: 05 December 2018, 10:18 AM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସଡ଼କ ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଓଆଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋଜ କୁମାର ନାୟକ।

ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ବିଶ୍ରା ଛକ ନିକଟରେ ତାଙ୍କ କାର୍ ଡିଭାଇଡରରେ ପିଟି ହେବାରୁ ଏ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଓଆଇସି ନିଜେ କାର୍ ଚଲାଉଥିଲେ। ତେବେ କେମିତି କାର୍ ଡିଭାଇଡରରେ ପିଟି ହେଲା, ତାହା ଜଣାପଡ଼ି ନାହିଁ।

ଓଆଇସି ମନୋଜ କୁମାର ନାୟକ ଜଣେ ଦକ୍ଷ ଅଫିସର ସହ ଜଣେ ଭଲ ବ୍ୟକ୍ତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos