ଅବକାରୀ ଟିମ୍‌କୁ ମାଡ଼ ମାରି ଗାଡ଼ି ଓ ଗଞ୍ଜେଇ ଛଡ଼ାଇ ନେଲେ ଲୋକେ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ରୁପ୍‌ସା ଅଞ୍ଚଳର ପାଟପୁର ଗାଁରେ ଗଞ୍ଜେଇ ଜବତ କରିବାକୁ ଯାଇଥିବା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍‌କୁ ମାଡ଼ ମାରିଛନ୍ତି ଲୋକେ। ଏହାସହ ଆକ୍ରମଣକାରୀମାନେ ସେମାନଙ୍କ ନିକଟରୁ ଜବତ ଗଞ୍ଜେଇ ଓ ବୋଲେରୋ ଛଡ଼ାଇ ନେଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଫ୍ଲାଇଂ ସ୍କ୍ୱାଡ୍ ଥାନାରେ ଅଭିଯୋଗ କରିଛି। ଆଜି ସକାଳେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଓ ବାଲେଶ୍ୱର ଅବକାରୀ ବିଭାଗ ଟିମ୍ ପକ୍ଷରୁ ମିଳିତ ଭାବେ ପାଟପୁର ଗାଁରେ ଚଢ଼ାଉ କରାଯାଇଥିଲା। […]

excise

Tapaswini Nayak
  • Published: Wednesday, 10 April 2019
  • , Updated: 10 April 2019, 10:03 AM IST

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ରୁପ୍‌ସା ଅଞ୍ଚଳର ପାଟପୁର ଗାଁରେ ଗଞ୍ଜେଇ ଜବତ କରିବାକୁ ଯାଇଥିବା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍‌କୁ ମାଡ଼ ମାରିଛନ୍ତି ଲୋକେ। ଏହାସହ ଆକ୍ରମଣକାରୀମାନେ ସେମାନଙ୍କ ନିକଟରୁ ଜବତ ଗଞ୍ଜେଇ ଓ ବୋଲେରୋ ଛଡ଼ାଇ ନେଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଫ୍ଲାଇଂ ସ୍କ୍ୱାଡ୍ ଥାନାରେ ଅଭିଯୋଗ କରିଛି।

ଆଜି ସକାଳେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଓ ବାଲେଶ୍ୱର ଅବକାରୀ ବିଭାଗ ଟିମ୍ ପକ୍ଷରୁ ମିଳିତ ଭାବେ ପାଟପୁର ଗାଁରେ ଚଢ଼ାଉ କରାଯାଇଥିଲା। ଗାଁର ମଣ୍ଟୁ ପ୍ରଧାନଙ୍କ ଘରୁ ସେମାନେ ଏକ କୁଇଣ୍ଟାଲ ଗଞ୍ଜେଇ ଓ ଗୋଟିଏ ବୋଲେରୋ ଜବତ କରିଥିଲେ। ତେବେ ଫେରିବା ବେଳେ ଗାଁର କିଛି ପୁରୁଷ ଓ ମହିଳା ମିଶି ସେମାନଙ୍କୁ ଆକ୍ରମଣ କରିଥିଲେ। ଜବତ କରାଯାଇଥିବା ଗଞ୍ଜେଇ ଓ ଗାଡ଼ିକୁ ମଧ୍ୟ ଲୋକେ ଛଡ଼ାଇ ନେଇଥିଲେ। ଏହି ସମୟରେ ଅଭିଯୁକ୍ତ ମଣ୍ଟୁ ପ୍ରଧାନ ସେଠାରୁ ଫେରାର ହୋଇଯାଇଥିଲା।

Related story