Advertisment

୨.୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କିମ୍‌ସକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ନବଜାତକ ଶିଶୁର ଚିକିତ୍ସାରେ ଅବହେଳା କରିବା ଅଭିଯୋଗରେ କିମସ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ରାଜ୍ୟ ମାନବାଧିକାର କମିଶନ ଜୋରିମାନା ଧାର୍ଯ୍ୟ କରିଛନ୍ତି। ଅଭିଯୋଗକାରୀଙ୍କୁ ୨ମାସ ମଧ୍ୟରେ ଅଢ଼େଇ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବଧି ମଧ୍ୟରେ ଜୋରିମାନା ପୈଠ ନକରନ୍ତି ତା’ହେଲେ କିମସ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା […]

୨.୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କିମ୍‌ସକୁ ନିର୍ଦ୍ଦେଶ

kims.jpg1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ନବଜାତକ ଶିଶୁର ଚିକିତ୍ସାରେ ଅବହେଳା କରିବା ଅଭିଯୋଗରେ କିମସ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ରାଜ୍ୟ ମାନବାଧିକାର କମିଶନ ଜୋରିମାନା ଧାର୍ଯ୍ୟ କରିଛନ୍ତି। ଅଭିଯୋଗକାରୀଙ୍କୁ ୨ମାସ ମଧ୍ୟରେ ଅଢ଼େଇ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବଧି ମଧ୍ୟରେ ଜୋରିମାନା ପୈଠ ନକରନ୍ତି ତା’ହେଲେ କିମସ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଡିଏମଇଟି ନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ଅଭିଯୋଗକାରୀ ପୁରୀ ଜିଲ୍ଲା ପୁରୁଷୋତ୍ତମନଗର ଗାଁର ଶିବପ୍ରସାଦ ନନ୍ଦଙ୍କ ଅଭିଯୋଗ ଆଧାରରେ ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଅଭିଯୋଗକାରୀ ଶ୍ରୀ ନନ୍ଦଙ୍କ ଅଭିଯୋଗ ଅନୁସାରେ ସେ ସନ୍ତାନ ପ୍ରସବ ପାଇଁ ତାଙ୍କ ପତ୍ନୀ ମଧୁସ୍ମିତା ନନ୍ଦଙ୍କୁ କିମସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ୨୦୧୭ ଫେବୃୟାରୀ ୯ତାରିଖ ଅପରାହ୍ନ ୨ଟାରେ ମଧୁସ୍ମିତା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଡାକ୍ତର ଜଗନ୍ନାଥ ମିଶ୍ର ଏହି ପ୍ରସବ କରାଇଥିଲେ। ତେବେ ପ୍ରସବର ଠିକ୍ ପରେ ପିତାମାତାଙ୍କ ଅଜାଣତରେ ନବଜାତ ଶିଶୁକୁ ଆଇସିୟୁରେ ରଖାଯାଇଥିଲା। ସେହିଦିନ ସନ୍ଧ୍ୟାରେ ଶିବପ୍ରସାଦ ନିଜ ନବଜାତ ପୁଅକୁ ଦେଖିବାକୁ ଚାହିଁବାରୁ ପିଲାର ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡ଼ିଛି ଓ ତାକୁ ୭୨ଘଣ୍ଟା ପାଇଁ ଅବଜରଭେସନରେ ରଖାଯାଇଥିବା ଡାକ୍ତର ମିଶ୍ର କହିଥିଲେ।

ତେବେ ୧୫ଦିନରେ ଅଭିଯୋଗକାରୀ ଶ୍ରୀ ନନ୍ଦଙ୍କୁ ଡାକ୍ତର ଶ୍ରୀ ମିଶ୍ର ଫୋନ୍ କରି ପିଲାଟିର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଛି ଓ ହସ୍ପିଟାଲର ସମସ୍ତ ବିଲ୍ ପୈଠ କରି ମୃତ୍ୟୁଦେହକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କୁ ଶିଶୁର ଶବ ଦିଆଯିବାବେଳେ ତାହା ସମ୍ପୂର୍ଣ୍ଣ ଭାବେ ଆବୃତ୍ତ କରି ରଖାଯାଇଥିଲା । ତେବେ ଶଶ୍ମାନରେ ପିଲାଟିକୁ ଅନାବୃତ୍ତ କରିବାବେଳେ ତା’ର ମୁଣ୍ଡରେ ୪୦ରୁ ଅଧିକ ଷ୍ଟିଚ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ପ୍ରସବ ପରେ ପିଲାଟି ମୃତ୍ୟୁ ହୋଇଥିଲା ଓ ହସ୍ପିଟାଲ ଜାଣିଶୁଣି ପିଲାକୁ ୭ଦିନ ରଖିଥିଲା ବୋଲି ଶ୍ରୀ ନନ୍ଦ ସନ୍ଦେହ କରିଥିଲେ। ପରେ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ କରିଥିଲେ। ତେବେ ପିଲାଟିର ଜନ୍ମ ଓ ମୃତ୍ୟୁ ମଧ୍ୟରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ୨୦୧୭ ମାର୍ଚ୍ଚ ୩ତାରିଖରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କହିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଶ୍ରୀ ନନ୍ଦ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ନନ୍ଦଙ୍କ ଅଭିଯୋଗ ଉପରେ କମିଶନ ନୋଟିସ୍ ଜାରି କରିବା ପରେ ୨୦୧୭ ମେ’ ୫ତାରିଖରେ କିମସ୍ ମେଡିକାଲ ସୁପରିଟେଣ୍ଡେଣ୍ଟ ଓ ନିର୍ଦ୍ଦେଶକ ନିଜର ପକ୍ଷ ରଖିଥିଲେ। ପିଲା ଜନ୍ମବେଳେ ଲେବର ରୁମରେ ତା’ମୁଣ୍ଡରୁ ବାହାରୁଥିବା ରକ୍ତସ୍ରାବକୁ ବନ୍ଦ କରିବା ପାଇଁ କେତେକ ଷ୍ଟିଚ୍ ପକାଯାଇଥିଲା। ପରେ ମଧ୍ୟ ଆଇସିୟୁରେ ଆଉ କେତେକ ଷ୍ଟିଚ୍ ପଡ଼ିଥିଲା। ହସ୍ପିଟାଲର ଇନକ୍ୱାରୀ ଟିମ ଆଗରେ ଡାକ୍ତର ମିଶ୍ର ଲିଖିତ ଭାବେ ଏହି ସୂଚନା ଦେଇଥିଲେ।

Advertisment

କମିଶନ ମଧ୍ୟ ଏହି ମାମଲାର ତଦନ୍ତ ପାଇଁ ଡିଏମଇଟି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବାପରେ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ଲୁସି ଦାସ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ଏସବୁକୁ ବିଚାରକୁ ନେଇ ଚିକିତ୍ସାରେ ଅବହେଳା ହୋଇଥିବା ତଥା ଏଥିପାଇଁ କିମସ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତର ଜଗନ୍ନାଥ ମିଶ୍ରଙ୍କୁ ରାଜ୍ୟ ମାନବାଧିକାର କମିଶନ ଦାୟୀ କରିଛନ୍ତି। ଏହାସହିତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ୨ମାସ ମଧ୍ୟରେ ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe