ଢେଙ୍କାନାଳରେ ପ୍ରତିଷ୍ଠା ହେବ ତୈଳ ଡିପୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ସଦାଶିବପୁରଠାରେ ହେବ କମନ ୟୁଜର ଫାସିଲିଟିର ତୈଳ ଡିପୋ। ଆସନ୍ତା ୨୮ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେବ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରଦୀପ ସିଂହ ପୁରୀ ଯୋଗଦେବେ। ଏନେଇ ଇଣ୍ଡିଆନ୍‌ ଅଏଲ୍‌ ଲିମିଟେଡ୍‌ (ଆଇଓସିଏଲ୍‌) ଓଡ଼ିଶା ମୁଖ୍ୟ ସୁଭୋଜିତ ଘୋଷ ସୂଚନା ଦେଇଛନ୍ତି। ସଦାଶିବପୁରଠାରେ ନିର୍ମାଣ ହେବାକୁ ଥିବା ତୈଳ ଡିପୋରେ ଏମ୍‌ଏସ୍‌, ଏଚଏସଡି, ଇଥାନଲ ଓ ବାୟୋ ଡିଜେଲକୁ ସଂରକ୍ଷିତ କରି ରଖାଯିବ। ୪୨,୦୦୦ […]

IOCL

Manoranjan Sial
  • Published: Thursday, 26 August 2021
  • , Updated: 26 August 2021, 04:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳର ସଦାଶିବପୁରଠାରେ ହେବ କମନ ୟୁଜର ଫାସିଲିଟିର ତୈଳ ଡିପୋ। ଆସନ୍ତା ୨୮ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେବ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରଦୀପ ସିଂହ ପୁରୀ ଯୋଗଦେବେ। ଏନେଇ ଇଣ୍ଡିଆନ୍‌ ଅଏଲ୍‌ ଲିମିଟେଡ୍‌ (ଆଇଓସିଏଲ୍‌) ଓଡ଼ିଶା ମୁଖ୍ୟ ସୁଭୋଜିତ ଘୋଷ ସୂଚନା ଦେଇଛନ୍ତି।

ସଦାଶିବପୁରଠାରେ ନିର୍ମାଣ ହେବାକୁ ଥିବା ତୈଳ ଡିପୋରେ ଏମ୍‌ଏସ୍‌, ଏଚଏସଡି, ଇଥାନଲ ଓ ବାୟୋ ଡିଜେଲକୁ ସଂରକ୍ଷିତ କରି ରଖାଯିବ। ୪୨,୦୦୦ କିଲୋ ଲିଟର ଷ୍ଟୋରେଜ କ୍ଷମତା ରହିବ। ଏହି ଡିପୋ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କଠାରୁ ୪୯.୬୭୧ ଏକର ଜାଗା କିଣାଯାଇଛି। ଏହାଦ୍ୱାରା ପେଟ୍ରୋଲିୟମ ପରିବହନ ଖର୍ଚ୍ଚ ହ୍ରାସ ପାଇବ ବୋଲି ସୁଭୋଜିତ ଘୋଷ କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରାୟ ୫୦ ଏକର ଜମିରେ ୩୯୫ କୋଟି ଟଙ୍କା ବ୍ୟୟରେ ଇଣ୍ଡିଆନ ଅଏଲ୍‌, ବିପିସିଏଲ୍‌ ଓ ଏଚ୍‌ପିସିଏଲର ମିଳିତ ସହଭାଗିତାରେ ଏହି ପ୍ରକାଳ୍ପ ନିର୍ମାଣ କରାଯିବ। ଏହି ଡିପୋ ଦ୍ୱାରା ଅନୁଗୋଳ, କେନ୍ଦୁଝର, ଦେବଗଡ ଓ ଢେଙ୍କାନଳ ଜିଲ୍ଲା ଲୋକେ ବିଶେଷ ଉପକୃତ ହେବେ। ତେବେ ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନାରେ ୨ ଲକ୍ଷ ମାନବଦିବସ ସୃଷ୍ଟି ହେବ। ତେବେ ଏହି ପ୍ରକଳ୍ପ ପରେ ବିପିସିଏଲ୍‌ ଓ ଏଚ୍‌ପିସିଏଲ୍‌ ମିଳିତ ସହଭାଗୀତାରେ ଧ୍ରୁତା ପେଟ୍ରୋଲିୟମ୍ କମନୟୁଜର ଫାସିଲିଟି ପ୍ରକଳ୍ପ ସ୍ଥାପନ କରିବାର ଯୋଜନା ରହିଛି।

ସେହିପରି ପଶ୍ଚିମ ଓଡ଼ିଶାର ଝାରସୁଗୁଡାଠାରେ ପେଟ୍ରୋଲିୟମ୍‌ ଟର୍ମିନାଲ ସ୍ଥାପନ ପାଇଁ ବିପିସିଏଲ୍‌ କଳ୍ପନା କରିଛି। ଏଥିପାଇଁ ବିପିସିଏଲ ଓ ଏଚପିସିଏଲ ସହ ମିଶି ୯୮ ଏକର ଜାଗା ଚିହ୍ନଟ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଇଣ୍ଡିଆନ ଅଏଲର ରାଜ୍ୟ ମୁଖ୍ୟ ସୁଭୋଜିତ ଘୋଷ।

Related story