ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌; ଖନନ ପୂର୍ବରୁ ଚାଷୀଙ୍କୁ ମିଳିଲା କ୍ଷତିପୂରଣ

କୋଣାର୍କ (ସଞ୍ଜୟ ପତି): ରତ୍ନଗର୍ଭା ଓଡ଼ିଶାର ମାଟି ତଳେ ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ୍‌। ଅଏଲ ଇଣ୍ଡିଆ ଲିମିଟେଡ୍‌ କରିଥିବା ସର୍ଭେରୁ ସ୍ପଷ୍ଟ ହୋଇଥିଲା। ଆଜି ପୁରୀ ଜିଲ୍ଲା ଗୋପ ଅଞ୍ଚଳ ୩୭ ଜଣ ଜମି ମାଲିକଙ୍କୁ ପାଖାପାଖି କୋଟିଏ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ଗତବର୍ଷ ଅଏଲ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ସନ୍ଧାନ ପାଇଁ ସର୍ଭେ କରାଯାଇଥିଲା। ସେହି ସମୟରେ ଗୋପ […]

Oil

  • Published: Monday, 01 August 2022
  • , Updated: 01 August 2022, 09:36 PM IST

କୋଣାର୍କ (ସଞ୍ଜୟ ପତି): ରତ୍ନଗର୍ଭା ଓଡ଼ିଶାର ମାଟି ତଳେ ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ୍‌। ଅଏଲ ଇଣ୍ଡିଆ ଲିମିଟେଡ୍‌ କରିଥିବା ସର୍ଭେରୁ ସ୍ପଷ୍ଟ ହୋଇଥିଲା। ଆଜି ପୁରୀ ଜିଲ୍ଲା ଗୋପ ଅଞ୍ଚଳ ୩୭ ଜଣ ଜମି ମାଲିକଙ୍କୁ ପାଖାପାଖି କୋଟିଏ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି।

ଗତବର୍ଷ ଅଏଲ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ସନ୍ଧାନ ପାଇଁ ସର୍ଭେ କରାଯାଇଥିଲା। ସେହି ସମୟରେ ଗୋପ ବ୍ଲକର ଦୁଇଟି ସ୍ଥାନରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା। ଆଜି ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଗୋପ ବ୍ଲକର କୁସୁପୁର ମୌଜାର ଚିହ୍ନଟ ୮ ଏକର ଜମିର ୩୭ ଜଣ ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସମାରୋହରେ ଅଏଲ ଇଣ୍ଡିଆ କର୍ତ୍ତୃପକ୍ଷ ୩୭ ଜଣ ଚାଷୀଙ୍କୁ ପାଖାପାଖି କୋଟିଏ ଟଙ୍କା ପ୍ରଦାନ କରିଛନ୍ତି। କମ୍ପାନୀ ପକ୍ଷରୁ ଚାଷୀଙ୍କୁ ଗୁଣ୍ଠ ପିଛା ୧୭ ହଜାର ଟଙ୍କା ପ୍ରଦାନ କରାଯାଇଛି। ତିନି ବର୍ଷକୁ ମୋଟ ୫୧ ହଜାର ଟଙ୍କା ଲେଖାଏଁ ଚାଷୀଙ୍କୁ ପ୍ରଦାନ କରାଯାଇଛି।

ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ପାଇଁ ଗତବର୍ଷ ଉପକୂଳ ଓଡ଼ିଶାର ୫ଟି ବ୍ଲକ୍‌ ସେସମିକ୍‌ ସର୍ଭେ କରାଯାଇଥିଲା। ଓଡ଼ିଶାର ୫ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ କରାଯିବା ପରେ ଗୋପ ବ୍ଲକ ଅଞ୍ଚଳରୁ ୨ଟି(କୁସୁପୁର ଓ ଚିତ୍ରା ମୌଜା) ସ୍ଥାନରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା।

ଅଏଲ ଇଣ୍ଡିଆ ପକ୍ଷରୁ ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ସର୍ଭେ କରିବା ପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କୋଣାର୍କ, ଗୋପ ଅଞ୍ଚଳରେ ଭୂତଳରେ ଥିବା ପ୍ରାକୃତିକ ଇନ୍ଧନର ସନ୍ଧାନ କରାଯାଇଥିଲା। ଅଏଲ ଇଣ୍ଡିଆ ଦ୍ଵାରା ନିଯୁକ୍ତ ହାଇଦ୍ରାବାଦର ଆଲ୍‌ଫା ଜିଓ ଇଣ୍ଡିଆ ଲିମିଟେଡ୍‌ ନାମକ ଏକ ସର୍ଭେ ସଂସ୍ଥା ପ୍ରାଥମିକ ପର୍ଯ୍ୟାୟରେ ସାଟଲାଇଟ୍‌ ଚିତ୍ର ମାଧ୍ୟମରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦୦ ଫୁଟ ବୋରିଂ କରି ଏହି ଗର୍ତ୍ତ ମଧ୍ୟରେ ଡିନାମାଇଟ୍‌ ବ୍ଲାଷ୍ଟିଂ  କାରାଯାଇଥିଲା। ବ୍ଲାଷ୍ଟିଂ ଦ୍ଵାରା ଭୂତଳରେ ସୃଷ୍ଟି ହେଉଥିବା ତରଙ୍ଗକୁ ଏକ ଲାବୋରୋଟୋରି ଭ୍ୟାନରେ ସେନ୍ସର ମାଧ୍ୟମରେ ବୈଜ୍ଞାନିକମାନେ ଚିତ୍ର ଉତ୍ତୋଳନ କରିଥିଲେ। ଏହିଭଳି ଭାବେ ପୁରୀ ଜିଲ୍ଲାର ୧୦୦୦ଟି ସ୍ଥାନରେ ବୋରିଙ୍ଗ କରାଯାଇ ବ୍ଲାଷ୍ଟିଂ କରି ସେସ୍‌ମିକ ସର୍ଭେ କରାଯାଇଥିଲା।

Related story