ତେଲ ଉତ୍ତୋଳନ ପାଇଁ ପୋଖରୀ ଖୋଳା

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଗୋପ ବ୍ଲକ କୁସୁପୁର ମୌଜାରେ ତେଲ ଉତ୍ତୋଳନ ପାଇଁ ଖନନ କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁଇଟି ଜେସିବି ଜରିଆରେ ତିନୋଟି ଛୋଟ ପୋଖରୀ ଖୋଳାଯାଉଛି। ତୈଳ ଉତ୍ତୋଳନ ଲାଗି କମ୍ପାନୀ ପକ୍ଷରୁ କୁସୁପୁର ମୌଜାରେ ପ୍ରାୟ ୮ ଏକର ଜମି ଅଧିଗ୍ରହଣ କରାଯାଇଛି। ୩ ବର୍ଷ ପାଇଁ ଏହି ଜମିକୁ ଜମି ମାଲିକଙ୍କ ଠାରୁ ଲିଜ୍ ନିଆଯାଇଛି। […]

oil

  • Published: Sunday, 18 September 2022
  • , Updated: 18 September 2022, 07:05 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ଗୋପ ବ୍ଲକ କୁସୁପୁର ମୌଜାରେ ତେଲ ଉତ୍ତୋଳନ ପାଇଁ ଖନନ କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁଇଟି ଜେସିବି ଜରିଆରେ ତିନୋଟି ଛୋଟ ପୋଖରୀ ଖୋଳାଯାଉଛି। ତୈଳ ଉତ୍ତୋଳନ ଲାଗି କମ୍ପାନୀ ପକ୍ଷରୁ କୁସୁପୁର ମୌଜାରେ ପ୍ରାୟ ୮ ଏକର ଜମି ଅଧିଗ୍ରହଣ କରାଯାଇଛି। ୩ ବର୍ଷ ପାଇଁ ଏହି ଜମିକୁ ଜମି ମାଲିକଙ୍କ ଠାରୁ ଲିଜ୍ ନିଆଯାଇଛି।

ପୋଖରୀ ଖୋଳା ସରିବା ପରେ ଏଠାକୁ ରାସ୍ତା, ବିଦ୍ୟୁତ୍ ସଂଯୋଗୀକରଣ, କାର୍ଯ୍ୟାଳୟ ନିର୍ମାଣ, ଯନ୍ତ୍ରାଂଶ ସ୍ଥାପନ ପ୍ରଭୃତି କରାଯିବ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ଉତ୍ସାହ ପ୍ରକାଶ ପାଇଛି।

ସୂଚନା ଥାଉକି, ବର୍ଷେ ତଳେ ସାଟେଲାଇଟ୍ ସର୍ବେକ୍ଷଣ ଜରିଆରେ ଏହି ଅଞ୍ଚଳରେ ତୈଳ ଥିବାର ସନ୍ଧାନ ପାଇଥିଲେ ଗବେଷକ ଦଳ। ପରେ ଖନନ ପାଇଁ ୩୭ଜଣ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ପ୍ରାୟ ଏକ କୋଟି ଟଙ୍କା ମିଳିଥିଲା।

Related story