ଆଜି ଓଜେଇଇ: ୮୧ଟି କେନ୍ଦ୍ରରେ ହେଉଛି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ (ଓଜେଇଇ)। ରାଜ୍ୟର ପ୍ରମୁଖ ସହରର ୮୧ଟି କେନ୍ଦ୍ରରେ ହେଉଛି ଏହି ପରୀକ୍ଷା। ୪୮ ହଜାର ୩୧୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ସକାଳ ୯ଟାରୁ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ଏହି ପରୀକ୍ଷା […]

OJEE

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 09:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ (ଓଜେଇଇ)। ରାଜ୍ୟର ପ୍ରମୁଖ ସହରର ୮୧ଟି କେନ୍ଦ୍ରରେ ହେଉଛି ଏହି ପରୀକ୍ଷା। ୪୮ ହଜାର ୩୧୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ସକାଳ ୯ଟାରୁ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ।

ଏହାପରେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ଏହି ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି ଓ ଲାଟେରାଲ୍ ଏଣ୍ଟ୍ରି ଇଂଜିନିୟରିଂ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଆଡମିଟ୍ କାର୍ଡ ଓ ପେନ୍‌ ବ୍ୟତୀତ ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ନେବା ଉପରେ ବାରଣ ରହିଛି।

Related story