ରାଜ୍ୟର ସବୁ ଜିଲ୍ଲାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର, ବଢ଼ିଲା ଆବେଦନ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରାଜ୍ୟର ସମସ୍ତ ଜିଲ୍ଲାରେ ଓଜେଇଇ ପରୀକ୍ଷା କେନ୍ଦ୍ର ହେବ। ଏହାସହିତ ଓଜେଇଇ ଆବେଦନ ଅବଧି ତାରିଖକୁ ଜୁଲାଇ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଓ ଫି’ ସହ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ଓଜେଇଇ କର୍ତ୍ତୃପକ୍ଷ ରାଜ୍ୟର ଆଉ ୯ଟି ସ୍ଥାନ ଓ ରାଜ୍ୟ ବାହାରର ୩ଟି ସ୍ଥାନକୁ ଅନଲାଇନ୍ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରିଛନ୍ତି। ରାଜ୍ୟ ବାହାରେ ପାଟନା, ରାଂଚି ଓ କୋଲକାତାରେ […]

ojee student

Ordigital Desk
  • Published: Monday, 26 July 2021
  • , Updated: 26 July 2021, 10:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରାଜ୍ୟର ସମସ୍ତ ଜିଲ୍ଲାରେ ଓଜେଇଇ ପରୀକ୍ଷା କେନ୍ଦ୍ର ହେବ। ଏହାସହିତ ଓଜେଇଇ ଆବେଦନ ଅବଧି ତାରିଖକୁ ଜୁଲାଇ ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଓ ଫି’ ସହ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଓଜେଇଇ କର୍ତ୍ତୃପକ୍ଷ ରାଜ୍ୟର ଆଉ ୯ଟି ସ୍ଥାନ ଓ ରାଜ୍ୟ ବାହାରର ୩ଟି ସ୍ଥାନକୁ ଅନଲାଇନ୍ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରିଛନ୍ତି। ରାଜ୍ୟ ବାହାରେ ପାଟନା, ରାଂଚି ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହେବ। ରାଜ୍ୟ ଭିତରେ ଯେଉଁ ୯ଟି ସ୍ଥାନକୁ ପରୀକ୍ଷା କେନ୍ଦ୍ର ଭାବେ ସାମିଲ କରାଯାଇଛି ସେଗୁଡ଼ିକ ହେଲା, କେନ୍ଦ୍ରାପଡ଼ା, ପୁରୀ, ସୋନପୁର, ନୂଆପଡ଼ା, ବୌଦ, ଦେବଗଡ଼, ଭବାନୀପାଟଣା, ନବରଙ୍ଗପୁର ଓ ମାଲକାନଗିରି। ସେହିପରି ଓଜେଇଇ ପରୀକ୍ଷା-୨୦୨୧ ନିମନ୍ତେ ଅନଲାଇନ୍ ଆବେଦନ (ବି-ଟେକକୁ ଛାଡ଼ି) ଅବଧିକୁ ଜୁଲାଇ ୩୦ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯେଉଁ ପରୀକ୍ଷାର୍ଥୀମାନେ ନିଜର ଆବେଦନପତ୍ର ସଫଳତାର ସହ ଦାଖଲ କରିସାରିଛନ୍ତି ସେମାନେ ଓଜେଇଇ ପୋର୍ଟାଲକୁ ଯାଇ ଆଇଡି ଓ ପାସୱାର୍ଡ ଦେଇ ଚାହିଁଲେ ଆବଶ୍ୟକ ସଂଶୋଧନ କରିପାରିବେ। ଯଦି ସେମାନେ ଚାହିଁବେ ନିଜର ପସନ୍ଦର ପରୀକ୍ଷା କେନ୍ଦ୍ର ମଧ୍ୟ ବଦଳାଇ ପାରିବେ ବୋଲି ଓଜେଇଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ନୋଟିସରେ ଉଲ୍ଲେଖ ରହିଛି।

Related story