ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ର କରିବାକୁ OJEE ନିଷ୍ପତ୍ତି ନେଇଛି। ଏହିସବୁ କେନ୍ଦ୍ର ହେଲା ପାଟନା, ରାଞ୍ଚି ଓ କୋଲକାତା। ସେହିପରି ରାଜ୍ୟରେ ଆଉ କିଛି ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ଛଡ଼ା ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି […]

OJEE

Manoranjan Sial
  • Published: Thursday, 13 August 2020
  • , Updated: 13 August 2020, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ର କରିବାକୁ OJEE ନିଷ୍ପତ୍ତି ନେଇଛି। ଏହିସବୁ କେନ୍ଦ୍ର ହେଲା ପାଟନା, ରାଞ୍ଚି ଓ କୋଲକାତା।

ସେହିପରି ରାଜ୍ୟରେ ଆଉ କିଛି ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ଛଡ଼ା ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆବେଦନକାରୀ ଅନ୍‌ଲାଇନ୍‌ ଯୋଗେ ନିଜ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ।

Related story