କରୋନା ପାଇଁ ଘୁଞ୍ଚିଲା OJEE ଅନ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଘୁଞ୍ଚିଲା OJEE ଅନ୍‌ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା। OJEE ଅନ୍‌ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବାର ଥିଲା। ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଆସନ୍ତାମାସରେ ହୋଇପାରେ OJEE ଅନଲାଇନ ପରୀକ୍ଷା। ମହାମାରୀ କରୋନା ଓଡ଼ିଶାରେ ଉଗ୍ରରୂପ ଧାରଣ […]

ojeeee

Manoranjan Sial
  • Published: Monday, 07 September 2020
  • , Updated: 07 September 2020, 04:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ଘୁଞ୍ଚିଲା OJEE ଅନ୍‌ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା। OJEE ଅନ୍‌ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବାର ଥିଲା। ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଆସନ୍ତାମାସରେ ହୋଇପାରେ OJEE ଅନଲାଇନ ପରୀକ୍ଷା।

ମହାମାରୀ କରୋନା ଓଡ଼ିଶାରେ ଉଗ୍ରରୂପ ଧାରଣ କରିଛି। ପ୍ରତିଦିନ ତିନି ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହାଛଡ଼ା କରୋନା ମଧ୍ୟ ଜୀବନ ନେଉଛି। ରାଜ୍ୟ ସରକାରଙ୍କ ସବୁ ଉଦ୍ୟମ ସତ୍ତ୍ୱେ କରୋନା ଆୟତ୍ତରେ ରହିଲା ପରି ଲାଗୁ ନାହିଁ। ଯେଉଁଥିପାଇଁ OJEE ଅନ୍‌ଲାଇନ ପରୀକ୍ଷା ଘୁଞ୍ଚାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Related story