କଣ୍ଟା ହେଲା କଳହ, ଏକ ସଙ୍ଗେ ଚାଲିଗଲେ ବୃଦ୍ଧ ଦମ୍ପତି

ଜଳେଶ୍ୱର(ଅଜିତ ଦାସ): ଜୀବନର ଶେଷ ସୋପାନରେ ଅତିଷ୍ଠ କଲା ପାରିବାରିକ କଳହ ତଥା ଅର୍ଥାଭାବ। ଶେଷରେ ଚରମ ନିଷ୍ପତ୍ତି ନେଲେ ବୃଦ୍ଧ ଦମ୍ପତି। ଏକ ସଙ୍ଗେ ଦୁନିଆକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇ ବୃଦ୍ଧ ଦମ୍ପତି କାଲି ବିଳମ୍ବିତ ରାତିରେ ଘରୁ ବାହାରି ଆସିଥିଲେ। ଆଜି ସକାଳୁ ପୋଖରୀ ହୁଡ଼ାରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବିଷ ପିଇ ସେମାନେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ […]

cc

Niharika Rout
  • Published: Thursday, 21 January 2021
  • , Updated: 21 January 2021, 01:30 PM IST

ଜଳେଶ୍ୱର(ଅଜିତ ଦାସ): ଜୀବନର ଶେଷ ସୋପାନରେ ଅତିଷ୍ଠ କଲା ପାରିବାରିକ କଳହ ତଥା ଅର୍ଥାଭାବ। ଶେଷରେ ଚରମ ନିଷ୍ପତ୍ତି ନେଲେ ବୃଦ୍ଧ ଦମ୍ପତି। ଏକ ସଙ୍ଗେ ଦୁନିଆକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇ ବୃଦ୍ଧ ଦମ୍ପତି କାଲି ବିଳମ୍ବିତ ରାତିରେ ଘରୁ ବାହାରି ଆସିଥିଲେ। ଆଜି ସକାଳୁ ପୋଖରୀ ହୁଡ଼ାରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବିଷ ପିଇ ସେମାନେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି।

ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଘଟିଛି। ମୃତକଦ୍ୱୟ ହେଲେ ଭୋଗରାଇ ବ୍ଲକ ଫୁଲବଣି ଗାଁର କାହ୍ନୁ ମଣ୍ଡଳ ଓ ତାଙ୍କ ପତ୍ନୀ ବାସନ୍ତି ମଣ୍ଡଳ। ପରିବାର ଲୋକଙ୍କ କହିବା ମୁତାବକ, ଉଭୟ ଗତକାଲି ରାତିରେ ଘରେ ଖାଇଥିଲେ। ଏହାପରେ ସମସ୍ତେ ଶୋଇପଡ଼ିବା ପରେ ସେମାନେ ଘରୁ ବାହାରି ଆସିଥିଲେ।

ଆଜି ସକାଳୁ ସ୍ଥାନୀୟ ଲୋକ ଉଭୟ ଦମ୍ପତି ପୋଖରୀ ହୁଡ଼ାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଡକାଡକି ପରେ ମଧ୍ୟ ନ ଶୁଣିବାରୁ ବିଷ ପିଇ ସେମାନେ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ପୋଖରୀ ହୁଡ଼ାରୁ ସେମାନଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ୍‌ ।

ସୂଚନା ମୁତାବକ ବାସନ୍ତୀ କାହ୍ନୁଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପ୍ରଥମ ପତ୍ନୀଙ୍କ ତରଫରୁ ତାଙ୍କର ଏକ ପୁଅ ଅଛି। ବାସନ୍ତୀଙ୍କର ୨ଟି ଝିଅ ଅଛନ୍ତି। ସେମାନେ ସମସ୍ତେ ବିବାହ କରିସାରିଥିବା ବେଳେ କାହ୍ନୁଙ୍କ ପୁଅଙ୍କର ୪ ଝିଅ  ଓ ୨ ପୁଅ ଅଛନ୍ତି।  ଅର୍ଥାଭାବ ହେତୁ ପାରିବାରିକ କଳହ ଲାଗି ରହୁଥିବା  ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି। ତେଣୁ ବୃଦ୍ଧ ଦମ୍ପତି ଏପରି ଚରମ ପଦକ୍ଷେପ ନେଇଥାଇପାରିଥାନ୍ତି ବୋଲି ଆଲୋଚନା ହେଉଛି। ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି।

Related story