ଟ୍ରେନ୍‌ରେ ଫେରୁଥିଲେ ୨ ବୃଦ୍ଧ ଦମ୍ପତି, ନିଶା ଦେଇ ସବୁ ଲୁଟ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁରୀ- ଗୁଣୁପୁର ଟ୍ରେନ୍‌ରେ ମାତିଲେ ଲୁଟେରା। ଏଥର ଲୁଟେରାଙ୍କ ଟାର୍ଗେଟରେ ପଡ଼ିଗଲେ ୨ ବୃଦ୍ଧ ଦମ୍ପତି। ଲୁଟେରା ସେମାନଙ୍କୁ ମିଠା ମିଠା କଥା କହି  ନିଶା ଦେଇ ମୋବାଇଲଠୁ ଆରମ୍ଭ କରି ସବୁ ଲୁଟି ନେଇଥିବା ଜଣାଯାଇଛି।  ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ସେମାନଙ୍କୁ ଉଦ୍ଧାର କରାଯାଇ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବୃଦ୍ଧ ଦମ୍ପତିମାନେ ହେଲେ ବ୍ରହ୍ମପୁର ସୂର୍ଯ୍ୟନଗରର କେ. ସୁବାସୀ ଆଚାରୀ, ତାଙ୍କ ସ୍ତ୍ରୀ କେ. ସୁମତୀ ଆଚାରୀ […]

loot

  • Published: Thursday, 01 December 2022
  • , Updated: 01 December 2022, 12:45 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁରୀ- ଗୁଣୁପୁର ଟ୍ରେନ୍‌ରେ ମାତିଲେ ଲୁଟେରା। ଏଥର ଲୁଟେରାଙ୍କ ଟାର୍ଗେଟରେ ପଡ଼ିଗଲେ ୨ ବୃଦ୍ଧ ଦମ୍ପତି। ଲୁଟେରା ସେମାନଙ୍କୁ ମିଠା ମିଠା କଥା କହି  ନିଶା ଦେଇ ମୋବାଇଲଠୁ ଆରମ୍ଭ କରି ସବୁ ଲୁଟି ନେଇଥିବା ଜଣାଯାଇଛି।  ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ସେମାନଙ୍କୁ ଉଦ୍ଧାର କରାଯାଇ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ବୃଦ୍ଧ ଦମ୍ପତିମାନେ ହେଲେ ବ୍ରହ୍ମପୁର ସୂର୍ଯ୍ୟନଗରର କେ. ସୁବାସୀ ଆଚାରୀ, ତାଙ୍କ ସ୍ତ୍ରୀ କେ. ସୁମତୀ ଆଚାରୀ । ସେମାନଙ୍କ ସହ ସୁବାସଙ୍କ ବଡ଼ ଭାଇ କେ. କିଶୋର ଚନ୍ଦ୍ର ଆଚାରୀ ଓ ଭାଉଜ କେ. ଶାରଦା ଆଚାରୀ ବି ଲୁଟେରାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି। ସେମାନେ ପୁରୀରୁ ଠାକୁରଙ୍କ ଦର୍ଶନ କରି ବ୍ରହ୍ମପୁର ଫେରୁଥିବା ବେଳେ ଏହି ଲୁଟ୍‌ର ଶିକାର ହୋଇଥିବା ଜଣାଯାଇଛି।  ସେମାନଙ୍କ ନିକଟରେ ଥିବା ପରିଚୟପତ୍ରରୁ ବ୍ରହ୍ମପୁର ସୂର୍ଯ୍ୟନଗର ଘର ବୋଲି ଜଣାପଡିଥିଲା ।

ଖବରପାଇ ଜିଆରପି ପୁଲିସ୍‌ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି। ସେଠାରେ ଆଜି ସକାଳେ ସେମାନଙ୍କ ଚେତା ଫେରିଥିବା ବେଳେ ସେମାନେ କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ଜଣାଯାଇଛି।

ଜିଆରପି ଥାନା ଅଧିକାରୀ କହିଛନ୍ତି, ପୁରୀ-ଗୁଣପୁର ଏକ୍ସପ୍ରେସରେ ୨ ବୃଦ୍ଧ ଦମ୍ପତି ଅଚେତ ଅବସ୍ଥାରେ ଥିବା ଗତକାଲି ଅପରାହ୍ନ ୪ଟାରେ ଖବର ମିଳିଲା। ତୁରନ୍ତ ସେମାନଙ୍କୁ ଟ୍ରେନ୍‌ରୁ  ଓହ୍ଲାଇ  ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲୁ। ସେଠାରେ ସେମାନଙ୍କ ଚେତା ଫେରିଥିବା ଜଣାଯାଇଛି। ତେବେ ସେମାନଙ୍କ ନିକଟରୁ କ’ଣ କ’ଣ ଲୁଟ୍‌ ହୋଇଛି ସେ ନେଇ କିଛି ସୂଚନା ମିଳିନି।

Related story