ପୋଡ଼ି ହୋଇ ବୃଦ୍ଧା ଗୁରୁତର

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କୁଣ୍ଢେଇହତା ଗାଁରେ ନିଆଁ ପୁଇଁବା ବେଳେ ଜଣେ ବୃଦ୍ଧା ଗୁରୁତର ହୋଇ ପଡ଼ିଛନ୍ତି। ଗୁରୁତର ବୃଦ୍ଧା ହେଉଛନ୍ତି ଡମଣୀ ରାଉତ।

ଡମଣୀ ଚୁଲିରେ ନିଆଁ ପୁଇଁବା ବେଳେ ତାଙ୍କ ଲୁଗା କାନିରେ ତାହା ଲାଗିଯାଇଥିଲା । ଏହାଦେଖି ସେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ବେଳେ ନିକଟରେ ଥିବା ଲୁଗାପଟାରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତାହା ଧିରେ ଧିରେ ବ୍ୟାପିବାର ଲାଗିଥିଲା । ଅଗ୍ନିକାଣ୍ଡରେ ୨ ବଖରା ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ତେଲକୋଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ ।

ଡମଣୀଙ୍କୁ ସ୍ୱାମୀ ମୁରଲୀ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।