ବୃଦ୍ଧଙ୍କୁ ପିଟିଦେଲା ସ୍କୁଟି, ଚାଲିଗଲା ଜୀବନ

ଅନୁଗୋଳ(ବିରଜା ଦାଶ): ଦୋକାନ ଆଗରେ ଛିଡ଼ା ହୋଇଥିବା ବେଳେ ଜଣେ ବୃଦ୍ଧଙ୍କୁ ପିଟିଦେଲା ଏକ ସ୍କୁଟି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଦୁର୍ଘଟଣା ଅନୁଗୋଳ ଜିଲ୍ଲା ଗୋପୀନାଥପୁର ଛକରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୋପୀନାଥପୁର ଗାଁର ଛାଲୁ ବେହେରା ଛକରେ ଏକ ଦୋକାନ କରି ପରିବାର ଚଳାନ୍ତି। ସବୁଦିନ ପରି ଆଜି ନିଜ ଦୋକାନ ଆଗରେ ଠିଆ ହୋଇଥିଲେ ଛାଲୁ। ଏହି ସମୟରେ ଏକ ସ୍କୁଟି […]

angul

Manoranjan Sial
  • Published: Thursday, 10 September 2020
  • , Updated: 10 September 2020, 04:30 PM IST

ଅନୁଗୋଳ(ବିରଜା ଦାଶ): ଦୋକାନ ଆଗରେ ଛିଡ଼ା ହୋଇଥିବା ବେଳେ ଜଣେ ବୃଦ୍ଧଙ୍କୁ ପିଟିଦେଲା ଏକ ସ୍କୁଟି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ଦୁର୍ଘଟଣା ଅନୁଗୋଳ ଜିଲ୍ଲା ଗୋପୀନାଥପୁର ଛକରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଗୋପୀନାଥପୁର ଗାଁର ଛାଲୁ ବେହେରା ଛକରେ ଏକ ଦୋକାନ କରି ପରିବାର ଚଳାନ୍ତି। ସବୁଦିନ ପରି ଆଜି ନିଜ ଦୋକାନ ଆଗରେ ଠିଆ ହୋଇଥିଲେ ଛାଲୁ। ଏହି ସମୟରେ ଏକ ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଛାଲୁଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଗୋପୀନାଥପୁର ଛକ ନିକଟରେ ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଏହା ସହ ଦୁର୍ଘଟଣା ଘଟାଇଥିବା ସ୍କୁଟି ଚାଳକଙ୍କ ମୋବାଇଲ୍‌ ଦୋକାନରେ ଭଙ୍ଗାରୁଜା କରିଥିଲେ। ଦୁର୍ଘଟଣା ସ୍ଥଳରେ ଛେଣ୍ଡିପଦା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିବା ସହ ଯାତାୟତ ସ୍ୱାଭାବିକ ପାଇଁ ଚେଷ୍ଟା ଚଳାଇଛି। ଏବେ ମଧ୍ୟ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।

Related story