ଘରେ ଶୋଇଥିଲେ, ଲାଗିଗଲା ନିଆଁ

ବଣାଇ(ରଣଜିତ୍ ଚୌଧୁରୀ): ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ। ଏଭଳି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର ବସ୍ତିରେ। ମୃତକ ହେଲେ କେଦାର ସିଂହ। ତାଙ୍କ ଘର ଝାରଖଣ୍ଡ ଅଞ୍ଚଳରେ। ସେ କୋଇଡା ଅଞ୍ଚଳରେ କାମ କରୁଥିଲେ। ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କେଦାର ସିଂହ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ସ୍ତ୍ରୀ  ରାଗି କରି ବାପ ଘରକୁ ପଳାଇଥିଲେ। ଗତକାଲି ରାତିରେ କେଦାର […]

death

Jyoshna Pradhan
  • Published: Tuesday, 06 August 2019
  • , Updated: 06 August 2019, 10:19 AM IST

ବଣାଇ(ରଣଜିତ୍ ଚୌଧୁରୀ): ନିଆଁରେ ପୋଡ଼ି ହୋଇ ବୃଦ୍ଧ ମୃତ। ଏଭଳି ଅଘଟଣ ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର ବସ୍ତିରେ। ମୃତକ ହେଲେ କେଦାର ସିଂହ। ତାଙ୍କ ଘର ଝାରଖଣ୍ଡ ଅଞ୍ଚଳରେ। ସେ କୋଇଡା ଅଞ୍ଚଳରେ କାମ କରୁଥିଲେ।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କେଦାର ସିଂହ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ସ୍ତ୍ରୀ  ରାଗି କରି ବାପ ଘରକୁ ପଳାଇଥିଲେ। ଗତକାଲି ରାତିରେ କେଦାର ଘରେ ଏକୁଟିଆ ଶୋଇଥିବାବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା।  ନିଆଁ ଦେଖି ପଡ଼ୋଶୀ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ହେଲେ ତାଙ୍କର ସେତେବେଳକୁ ତାଙ୍କ ମୃତ୍ୟୁ ଘଟିସାରିଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପୁଲିସ ମୃତଦେହକୁ ଜବତ କରିଛି। ତେବେ କିଭଳି ଏବଂ କେଉଁ କାରଣରୁ ନିଆଁ ଲାଗିଲା ସେନେଇ ପୁଲିସ ଘଟଣାର ତଦନ୍ତ କରୁଛି।

Related story