ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗାଁ ମୁଣ୍ଡା ସାହିରେ ଜଣେ ବୁଦ୍ଧଙ୍କୁ ହତ୍ୟା କରାଯାଇଛି। ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ମୃତକ ହେଲେ ଦୀନବନ୍ଧୁ ମୁଣ୍ଡା। ପୁଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ୍‌ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହି ଗାଁର […]

murder,

Tapaswini Nayak
  • Published: Sunday, 14 July 2019
  • , Updated: 14 July 2019, 02:06 PM IST

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗାଁ ମୁଣ୍ଡା ସାହିରେ ଜଣେ ବୁଦ୍ଧଙ୍କୁ ହତ୍ୟା କରାଯାଇଛି। ଗୁଣି ଗାରେଡ଼ି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ମୃତକ ହେଲେ ଦୀନବନ୍ଧୁ ମୁଣ୍ଡା। ପୁଲିସ୍ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ୍‌ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସେହି ଗାଁର ୭ ଜଣ ବ୍ୟକ୍ତି ଦୀନବନ୍ଧୁଙ୍କୁ ସଂଘବଦ୍ଧ ଭାବେ ଠେଙ୍ଗା ଓ କୁରାଢ଼ିରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତ ଦୀନବନ୍ଧୁଙ୍କ ବୋହୂ କହିଛନ୍ତି,“ଗତକାଲି ରାତିରେ ୭ ଜଣ ବ୍ୟକ୍ତି ଘରେ ପଶି ମୋ ଶ୍ୱଶୁରକୁ ମାରିଦେଲେ। ସେମାନେ ସମସ୍ତେ ମଦ ପିଇଥିଲେ।”

Related story