ବୃଦ୍ଧାଙ୍କୁ ମିଳିଲା ନ୍ୟାୟ, ଆଦେଶ ଅମାନ୍ୟ ହେଲେ ଘରୁ ବାହାରିବେ ପୁଅବୋହୂ

କେନ୍ଦୁଝର (ପ୍ରଣୟ କୁମାର ପାଣି): ବୁଢ଼ୀ ମା’କୁ ମିଳିଲା ନ୍ୟାୟ। ବୃଦ୍ଧାବସ୍ଥାରେ ତାକୁ ଘରୁ ତଡ଼ିଥିବା ପୁଅବୋହୂଙ୍କୁ ମିଳିଲା ତଣ୍ଡ। ଖାଲି ସେତିକି ନୁହେଁ, ଯଦି କୋର୍ଟ ଦେଇଥିବା ଆଦେଶକୁ ପୁଅବୋହୂ ପାଳନ ନ କରନ୍ତି, ତା’ହେଲେ ସେମାନଙ୍କୁ ଘରୁ ଉଚ୍ଛେଦ କରିବା ପାଇଁ ହୋଇଛି ନିର୍ଦ୍ଦେଶ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଟାଉନ୍ ଥାନା କାଶୀପୁର ଅଞ୍ଚଳରେ ନିଜ ପୁଅ ହାଡ଼ିବନ୍ଧୁ ଜେନା ଓ ବୋହୂଙ୍କ ସହିତ ରହୁଥିଲେ ସମ୍ବାରୀ […]

Old Woman

Jitendra Garnayak
  • Published: Friday, 07 January 2022
  • , Updated: 07 January 2022, 06:28 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): ବୁଢ଼ୀ ମା’କୁ ମିଳିଲା ନ୍ୟାୟ। ବୃଦ୍ଧାବସ୍ଥାରେ ତାକୁ ଘରୁ ତଡ଼ିଥିବା ପୁଅବୋହୂଙ୍କୁ ମିଳିଲା ତଣ୍ଡ। ଖାଲି ସେତିକି ନୁହେଁ, ଯଦି କୋର୍ଟ ଦେଇଥିବା ଆଦେଶକୁ ପୁଅବୋହୂ ପାଳନ ନ କରନ୍ତି, ତା’ହେଲେ ସେମାନଙ୍କୁ ଘରୁ ଉଚ୍ଛେଦ କରିବା ପାଇଁ ହୋଇଛି ନିର୍ଦ୍ଦେଶ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ।

କେନ୍ଦୁଝର ଟାଉନ୍ ଥାନା କାଶୀପୁର ଅଞ୍ଚଳରେ ନିଜ ପୁଅ ହାଡ଼ିବନ୍ଧୁ ଜେନା ଓ ବୋହୂଙ୍କ ସହିତ ରହୁଥିଲେ ସମ୍ବାରୀ ଜେନା। ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ କରିବାକୁ ଟଙ୍କା ପାଇଥିଲେ ସମ୍ବାରୀ। ପୁଅବୋହୂ ତାଙ୍କୁ ସେହି ଟଙ୍କା ମାଗିଥିଲେ। ସମ୍ବାରୀ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହା ପରେ ପୁଅବୋହୂ ତାଙ୍କ ଉପରେ ଆରମ୍ଭ କରି ଦେଇଥିଲେ ଅତ୍ୟାଚାର। ସେମାନେ ସମ୍ବାରୀଙ୍କୁ ମାଡ଼ମାରି ଘରୁ ବାହାର କରି ଦେଇଥିଲେ। ତେଣୁ ଉପାୟଶୂନ୍ୟ ସମ୍ଭାରୀ ଜିଲ୍ଲା ଲିଗାଲ୍ ସେଲ୍‌ର ଦ୍ୱାରସ୍ଥ ହୋଇଥିଲେ।

ଦୁଇ ବର୍ଷ ହେଲା କୋର୍ଟରେ ମାମଲା ଚାଲୁଥିବା ବେଳେ ସମ୍ବାରୀ ଜିଲ୍ଲା ସ୍ୱାଧାର ଗୃହରେ ଆଶ୍ରୟ ନେଇଥିଲେ। ଆଜି ଜିଲ୍ଲା ଜେଏମ୍‌ଏଫ୍‌ସି-୨ କୋର୍ଟର ବିଚାରପତି ଅଶ୍ୱିନୀ କୁମାର ବେହେରା ଏହି ମାମଲାରେ ରାୟ ଶୁଣାଇଥିଲେ। ସମ୍ବାରୀଙ୍କୁ କ୍ଷତିପୂରଣ ବାବଦକୁ ୨୦ ହଜାର ଟଙ୍କା ଦେବାକୁ ତାଙ୍କ ପୁଅବୋହୂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ଭରଣପୋଷଣ ପାଇଁ ମାସିକ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ନିଜ ଘରେ ସମ୍ବାରୀଙ୍କୁ ରଖି ତାଙ୍କର ଦେଖାରେଖା କରିବାକୁ କୋର୍ଟ ହାଡ଼ିବନ୍ଧୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଦେଶ ଅମାନ୍ୟ ହେଲେ ହାଡ଼ିବନ୍ଧୁ ଓ ତାଙ୍କ ପତ୍ନୀଙ୍କୁ ଘରୁ ଉଚ୍ଛେଦ କରି ସମ୍ଭାରୀଙ୍କୁ ହସ୍ତାନ୍ତର କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

କୋର୍ଟଙ୍କ ରାୟ ଆସିବା ପରେ ସ୍ୱାଧାର ଗୃହ କର୍ତ୍ତୃପକ୍ଷ ଓ ଟାଉନ ଥାନା ପୁଲିସ ଉପସ୍ଥିତ ରହି ସମ୍ବାରୀ ଜେନାଙ୍କୁ ତାଙ୍କ ନିଜ ଘରେ ଛାଡ଼ିଥିଲେ।

Related story