ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ରାଜଗାଙ୍ଗପୁର (ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଛାଦାମ ପଞ୍ଚାୟତର ଢିପାଟୋଲି ଗାଁରେ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ଫୁଲିତମଣି କେର୍କେଟା (୬୦)। ତାଙ୍କ ମୃତ ଶରୀରକୁ ତାଙ୍କ ଘର ପଛପଟେ ଥିବା ଏକ କ୍ଷେତରୁ ଉଦ୍ଧାର କରାଯାଇଛି। ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଲାଗିଛି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ସୂଚନା […]

deadbody

Jitendra Garnayak
  • Published: Tuesday, 26 November 2019
  • , Updated: 26 November 2019, 05:35 PM IST

ରାଜଗାଙ୍ଗପୁର (ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଛାଦାମ ପଞ୍ଚାୟତର ଢିପାଟୋଲି ଗାଁରେ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ଫୁଲିତମଣି କେର୍କେଟା (୬୦)। ତାଙ୍କ ମୃତ ଶରୀରକୁ ତାଙ୍କ ଘର ପଛପଟେ ଥିବା ଏକ କ୍ଷେତରୁ ଉଦ୍ଧାର କରାଯାଇଛି। ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଲାଗିଛି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଫୁଲିତମଣିଙ୍କ ସ୍ୱାମୀ ଇଲାରୁଷ କେର୍କେଟା ଶନିବାର ଦିନ ବଡ଼ଗାଁକୁ କୌଣସି କାମରେ ଯାଇଥିଲେ। ସୋମବାର ଦିନ ସେଠାରୁ ଫେରିବା ପରେ ଘରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ପତ୍ନୀଙ୍କୁ ନପାଇ ଖୋଜାଖୋଜି କରିଥିଲେ। ଏହା ପରେ ନିକଟସ୍ଥ କ୍ଷେତରେ ସେ ଫୁଲିତମଣିଙ୍କ କ୍ଷତବିକ୍ଷତ ମୃତଦେହକୁ ଠାବ କରିଥିଲେ। ରାଜଗାଙ୍ଗପୁର ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।

Related story