ମା’ ଅଲିଭ୍‌ ରିଡ୍‌ଲେ ବସାରୁ ୧୨୭ଟି ଅଣ୍ଡା ଉଦ୍ଧାର

କୋଣାର୍କ(ସଞ୍ଜୟ ପତି): ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ ଋତୁରେ ପୁରୀ ଜିଲ୍ଲା ଉପକୂଳ କଁଅରପୁରଠାରେ ଅଲିଭ୍‌ ରିଡ୍‌ଲେ ଆସିବା ଆରମ୍ଭ କରିଛନ୍ତି। ଏପରିକି ମାଆ କଇଁଛ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି। ଗୋଟିଏ ମା’ ଅଲିଭ୍‌ ରିଡ୍‌ଲେ ବସାରୁ ବନ ବିଭାଗ ୧୨୭ଟି ଅଣ୍ଡା ସଂଗ୍ରହ କରି ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ରଖିଛି। କଇଁଛଙ୍କ ଅଣ୍ଡାଦାନକୁ ଲକ୍ଷ୍ୟ କରି ବନ ବିଭାଗ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ରାଜ୍ୟ ଉପକୂଳରେ ସାମୁଦ୍ରିକ କଇଁଛଙ୍କ ଅନ୍ୟତମ ଏନ୍ତୁଡିଶାଳ ହେଉଛି […]

Olive ridley

Manoranjan Sial
  • Published: Thursday, 02 December 2021
  • , Updated: 02 December 2021, 06:12 PM IST

କୋଣାର୍କ(ସଞ୍ଜୟ ପତି): ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ ଋତୁରେ ପୁରୀ ଜିଲ୍ଲା ଉପକୂଳ କଁଅରପୁରଠାରେ ଅଲିଭ୍‌ ରିଡ୍‌ଲେ ଆସିବା ଆରମ୍ଭ କରିଛନ୍ତି। ଏପରିକି ମାଆ କଇଁଛ ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି। ଗୋଟିଏ ମା’ ଅଲିଭ୍‌ ରିଡ୍‌ଲେ ବସାରୁ ବନ ବିଭାଗ ୧୨୭ଟି ଅଣ୍ଡା ସଂଗ୍ରହ କରି ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ରଖିଛି। କଇଁଛଙ୍କ ଅଣ୍ଡାଦାନକୁ ଲକ୍ଷ୍ୟ କରି ବନ ବିଭାଗ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ରାଜ୍ୟ ଉପକୂଳରେ ସାମୁଦ୍ରିକ କଇଁଛଙ୍କ ଅନ୍ୟତମ ଏନ୍ତୁଡିଶାଳ ହେଉଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ଚନ୍ଦ୍ରଭାଗା ଉପକୂଳ। ଏଠାରେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷିତ ଆଗମନ ଓ ଅଣ୍ଡା ଦାନ ଉପରେ କଡ଼ା ନଜର ରଖିଛି ବନ ବିଭାଗ। ଏଥିସହ ସୁରକ୍ଷିତ ଭାବେ ଛୁଆ ଫୁଟିବା ପାଇଁ ପୁରୀ ବନଖଣ୍ଡ ପକ୍ଷରୁ ଅସ୍ତରଙ୍ଗର ନାସୀ, ଗଙ୍ଗାଦେବୀ, ଯାହାନିଆ, ଡାଳୁଅକଣି, କୋଣାର୍କର କଁଅରପୁର, ଦଶଧାଡିଆ,ଚନ୍ଦ୍ରଭାଗା, ରାମଚଣ୍ଡୀ, ପୁରୀର ନୂଆନଇ ଓ ଅରଖୁଦ ଆଦି ଦଶଟି ସ୍ଥାନରେ ଅସ୍ଥାୟୀ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି।

Related story