ଅଣ୍ଡାଦେବାକୁ ଆସିଲେଣି ଅଲିଭ ରିଡ୍‌ଲେ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସମୁଦ୍ର ପଥରେ ଶହ ଶହ ମାଇଲ ସମୁଦ୍ର ପାର ହୋଇ ପହଞ୍ଚି ଗଲେଣି ଅତିଥି। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା ଏବେ ଚଳଚଞ୍ଚଳ ହୋଇପଡ଼ିଛି। କଇଁଛଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାବୁବାଲି ଓ ଅଗରନାସିରେ ୨ଟି ସ୍ପିଡ୍ ବୋଟ୍ ସହ ୩୪ କର୍ମଚାରୀ ନିୟୋଜିତ ହୋଇଛନ୍ତି।  ତେବେ କଇଁଛଙ୍କ ସୁରକ୍ଷା […]

kendrapara

Jyoshna Pradhan
  • Published: Saturday, 03 November 2018
  • , Updated: 03 November 2018, 08:47 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପକୂଳରେ ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସମୁଦ୍ର ପଥରେ ଶହ ଶହ ମାଇଲ ସମୁଦ୍ର ପାର ହୋଇ ପହଞ୍ଚି ଗଲେଣି ଅତିଥି। ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା ଏବେ ଚଳଚଞ୍ଚଳ ହୋଇପଡ଼ିଛି।

କଇଁଛଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାବୁବାଲି ଓ ଅଗରନାସିରେ ୨ଟି ସ୍ପିଡ୍ ବୋଟ୍ ସହ ୩୪ କର୍ମଚାରୀ ନିୟୋଜିତ ହୋଇଛନ୍ତି।  ତେବେ କଇଁଛଙ୍କ ସୁରକ୍ଷା ନେଇ ପରିବେଶବିତ୍ ସନ୍ଦେହ ପ୍ରକଟ କରିଛନ୍ତି। ବାରମ୍ବାର କଟକଣା ସତ୍ତ୍ୱେ କଇଁଛଙ୍କ ମୃତ୍ୟୁ ହୋଇଥିବାରୁ ଆଇନର ସଂଶୋଧନ ଆବଶ୍ୟକ ଥିବା ପରିବେଶବିତ କହିଛନ୍ତି।

ଏନେଇ ରାଜନଗର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ଗହିରମଥା ସାମୁଦ୍ରିକ ଅଭୟାରଣ୍ୟକୁ ବର୍ଷ ସାରା ସୁରକ୍ଷା ଦିଆଯାଇଥାଏ। ଏହା କେବଳ ଅଲିଭ୍ ରିଡଲେ କଇଁଛଙ୍କ ପାଇଁ ଅଭୟାରଣ୍ୟ ନୁହେଁ। ଅନ୍ୟାନ୍ୟ ସାମୁଦ୍ରିକ ଜୀବ ମଧ୍ୟ ଏଠାରେ ଅଛନ୍ତି। ତେବେ କଇଁଛଙ୍କ ସୁରକ୍ଷା ଦୃଷ୍ଟିରୁ ବାବୁବାଲରୁ ଅଗରନାସି ପର୍ଯ୍ୟନ୍ତ ସାମୁଦ୍ରିକ ପେଟ୍ରୋଲିଂ କରାଯିବ।”

ସେହିପରି ପୁରୀ ଜିଲ୍ଲା ଉପକୂଳ ସମୁଦ୍ରବେଳାରେ ମଧ୍ୟ କଇଁଛଙ୍କ ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କଇଁଛଙ୍କ ବର୍ତ୍ତମାନ ମିଳନ ସମୟ ହୋଇଥିବାରୁ ସମୂଦ୍ର ଉପକୂଳକୁ କଇଁଛ ଆସିବା ସମ୍ଭାବନା ରହିଛି। ଏଥିପାଇଁ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ବେଆଇନ ମାଛମରାକୁ ରୋକିବାକୁ ସାମୁଦ୍ରିକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।

Related story