ଜବତ ହୋଇଥିବା ଏହି ସ୍କର୍ପିଓଟି ଡି’ ବ୍ରଦର୍ସଙ୍କ ବିଜେନ୍ସ ପାର୍ଟନର ଭୋଲା ଭଗତର ସଂପର୍କୀୟଙ୍କର ବୋଲି ଜଣାପଡ଼ିଛି । ଭୋଲା ଭଗତ ବର୍ତ୍ତମାନ ଫେରାର ଅଛି। ଓମ୍–ଦୀପୁ ହତ୍ୟା ମାମଲାରେ ଭୋଲା ଭଗତ ଅନ୍ୟତମ ଅଭିଯୁକ୍ତ। କିଛି ଦିନ ତଳେ ଭୋଲା ଭଗତଙ୍କ ଘରେ କମିଶନରେଟ୍ ପୋଲିସ୍ ଚଢ଼ାଉ କରିଥିଲା। ଖୁଣ୍ଟକଟା ଫାର୍ମ ହାଉସରେ ଓମ୍ ଓ ଦୀପୁକୁ ହତ୍ୟା କରିବା ପରେ ସେମାନଙ୍କର ମୃତଦେହକୁ ହୋଣ୍ଡା ସିଟି ଗାଡ଼ିରେ ଡି’ ବ୍ରଦର୍ସଙ୍କ ସହିତ ୬ ରୁ ୭ ଜଣ ଝାଡଖଣ୍ଡ ନେଇ ଯାଇଥିଲେ ଓ ସେଠାରେ ଶବକୁ ପୋଡି ଦେଇଥିଲେ। ଏଇ ଗାଡ଼ିକୁ ନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି ।
ଅନ୍ୟପକ୍ଷରେ ଫାରୁକ ମର୍ଡର କେସରେ ମଧ୍ୟରେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ୍। ଚୌଦାର ଜେଲରେ ୨ ନମ୍ବର ସେଲର ୱାର୍ଡ ନମ୍ବର ୩ରେ ବଡ଼ ଭାଇ ସୁଶାନ୍ତ ଓ ୩ନମ୍ବର ସେଲର ୫ ନମ୍ବର ୱାର୍ଡରେ ସାନ ଭାଇ ସୁଶୀଲ ଧଳସାମନ୍ତଙ୍କୁ ରଖାଯାଇଛି। ଡି’ ଗ୍ୟାଙ୍ଗର ସବୁଠାରୁ ସକ୍ରିୟ ସଦସ୍ୟ ଭଜନାକୁ ୩ନମ୍ବର ୱାର୍ଡରେ ରଖାଯାଇଛି। ଏହା ବ୍ୟତୀତ ଭୁଆଁ, ସଂଗ୍ରାମ, ଯୁଗ, ସୋଲା ଓ ଗଡ୍ଡୁ ଓ ଦେବାଶିଷ କରଙ୍କୁ ବି ପରସ୍ପରଠାରୁ ଅଲଗା ରଖାଯାଇଛି।