ମଧ୍ୟାହ୍ନ ଭୋଜନରେ ଓମ୍‌ଫେଡ୍‌ କ୍ଷୀର ଦିଆଯିବାକୁ ଯୋଜନା

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ଅଣ୍ଡା ପରେ ଓମ୍‌ଫେଡ୍‌ କ୍ଷୀର ଦିଆଯିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ରାଜ୍ୟରେ ଓମ୍‌ଫେଡ୍‌ କ୍ଷୀର ସଂଗ୍ରହ କରୁ ନ ଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଦୁଗ୍ଧଚାଷୀଙ୍କ ଆନ୍ଦୋଳନ ପରେ ମତ୍ସ ଓ ପଶୁ ସମ୍ପଦ ବିଭାଗ ଏପରି ବିଚାର କରୁଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରାଯିବ। ଏହାସହ ସରକାରୀ ଓ ଘରୋଇ ମେଡିକାଲରେ ମଧ୍ୟ ଓମଫେଡ୍‌ କ୍ଷୀର ଦିଆଯିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ […]

omfed

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 04:32 AM IST

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ଅଣ୍ଡା ପରେ ଓମ୍‌ଫେଡ୍‌ କ୍ଷୀର ଦିଆଯିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ରାଜ୍ୟରେ ଓମ୍‌ଫେଡ୍‌ କ୍ଷୀର ସଂଗ୍ରହ କରୁ ନ ଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଦୁଗ୍ଧଚାଷୀଙ୍କ ଆନ୍ଦୋଳନ ପରେ ମତ୍ସ ଓ ପଶୁ ସମ୍ପଦ ବିଭାଗ ଏପରି ବିଚାର କରୁଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରାଯିବ। ଏହାସହ ସରକାରୀ ଓ ଘରୋଇ ମେଡିକାଲରେ ମଧ୍ୟ ଓମଫେଡ୍‌ କ୍ଷୀର ଦିଆଯିବ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ହାଇଲେଭଲ କମିଟିକୁ ଏହି ପ୍ରସ୍ତାବ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଦେବ। ଗତକାଲି ଦୁଗ୍ଧ ଚାଷୀଙ୍କ ସହ ଆଲୋଚନା ପରେ  କୃଷି, ମତ୍ସ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଥିଲେ। ଏଥିସହ ରାଜ୍ୟ ବାହାରୁ ଆସୁଥିବା କ୍ଷୀରକୁ  ମଧ୍ୟ ଆସିବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Related story