ଓମ୍‌ଫେଡ୍‌ ପ୍ଲାଣ୍ଟରେ ଅଘଟଣ: ୪ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଓମ୍‌ଫେଡ୍ ପ୍ଲାଣ୍ଟରେ ଏକ ଅଘଟଣ ଘଟିଛି। ପ୍ଲାଣ୍ଟରେ ଥିବା ଷ୍ଟାବିଲାଇଜର ଫାଟିଯିବାରୁ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା।  ଆହତମାନେ ହେଲେ ମୀନା, ବିନି, ରଜନୀ ଓ ସନାତନ ସାହୁ।

ଭୁବନେଶ୍ୱର କଳାରାହାଙ୍ଗର ସନାତନ ସାହୁଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ସୂଚନା ଅନୁସାରେ ଫ୍ଲେଭର୍ଡ ମିଲ୍କ ବଟଲିଂ ବେଳେ ଏହି ଅଘଟଣ ଘଟିଥିଲା।  ଫଳରେ ପ୍ରାୟ ୧ହଜାର ବୋତଲ ଫାଟିଯାଇଛି।