ଆସନ୍ତାକାଲି ପୁଣି ବାଜିବ ଘଣ୍ଟଘଣ୍ଟା, ଜାଣନ୍ତୁ କାରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଦ୍ରୁଭାବ ଆରମ୍ଭ ହେବା ଦିନଠୁ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ଦୋକାନବଜାର, ସପିଂ ମଲଠୁ ଆରମ୍ଭ କରି ସବୁ ବନ୍ଦ କରିଦେଲେ ସରକାର। ଦୀର୍ଘ ୭ ମାସ ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ମଦ ଦୋକାନଠୁ ଆରମ୍ଭ କରି ସପିଂ ମଲ ଖୋଲିଲାଣି। ହେଲେ ମନ୍ଦିର ଖୋଲିବା ନାଁ ଧରୁ ନାହାନ୍ତି ସରକାର। ଏହା ପ୍ରତିବାଦରେ ଆସନ୍ତାକାଲି ପୁଣି ବାଜିବ ଘଣ୍ଟଘଣ୍ଟା । ଏଥର କୋଭିଡ୍ […]

ghanti

Niharika Rout
  • Published: Tuesday, 06 October 2020
  • , Updated: 06 October 2020, 08:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଦ୍ରୁଭାବ ଆରମ୍ଭ ହେବା ଦିନଠୁ ଜୀବନଯାତ୍ରା ଠପ୍‌ ହୋଇଯାଇଛି। ଦୋକାନବଜାର, ସପିଂ ମଲଠୁ ଆରମ୍ଭ କରି ସବୁ ବନ୍ଦ କରିଦେଲେ ସରକାର। ଦୀର୍ଘ ୭ ମାସ ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ମଦ ଦୋକାନଠୁ ଆରମ୍ଭ କରି ସପିଂ ମଲ ଖୋଲିଲାଣି। ହେଲେ ମନ୍ଦିର ଖୋଲିବା ନାଁ ଧରୁ ନାହାନ୍ତି ସରକାର।

ଏହା ପ୍ରତିବାଦରେ ଆସନ୍ତାକାଲି ପୁଣି ବାଜିବ ଘଣ୍ଟଘଣ୍ଟା । ଏଥର କୋଭିଡ୍ ଯୋଦ୍ଧାଙ୍କ ପାଇଁ  ନୁହେଁ ବରଂ ମନ୍ଦିର ଖୋଲିବା ଦାବିରେ ଘଣ୍ଟଘଣ୍ଟା  ବାଜିବ ବୋଲି ସ୍ପଷ୍ଟ କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ।

ଆସନ୍ତାକାଲି ସକାଳ ୯ଟାରେ  ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ୯ ମିନିଟ ପାଇଁ ବାଜିବ ଘଣ୍ଟଘଣ୍ଟା।  ସରକାର ମନ୍ଦିର ଖୋଲନ୍ତୁ ନ ହେଲେ ନଚେତ ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ବୋଲି  ଗତକାଲି ଭୁବନଶ୍ୱେରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାସଂଘର କର୍ମକର୍ତ୍ତା।

Related story