ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ଦେଇଥିଲା ସୁପାରୀ, ପୁଲିସ୍ ହାତରେ ଧରାପଡ଼ିଲା ପ୍ରେମିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କ ଡ୍ରାଇଭର ପ୍ରେମରେ ପଡ଼ିଯାଇଥିଲେ ସ୍ତ୍ରୀ। ଅନ୍ୟ ସହରକୁ ସ୍ୱାମୀଙ୍କ ବଦଳି ହେବା ପରେ ଡ୍ରାଇଭର ସହିତ ରଖିଥିଲେ ଅନୈତିକ ସଂପର୍କ। ହେଲେ ବେଶୀ ଦିନ ଲୁଚି ରହିଲାନି ଏହି ଖେଳ। ସବୁ ଜାଣିଗଲେ ସ୍ୱାମୀ। ଆଉ ଏହା ପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର କଲେ ସ୍ତ୍ରୀ। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଯୁକ୍ତ କଲେ ସୁପାରୀ କିଲର। ହେଲେ ସ୍ୱାମୀଙ୍କ ଭାଗ୍ୟ […]

Accused

Accused

Jitendra Garnayak
  • Published: Thursday, 21 April 2022
  • Updated: 21 April 2022, 09:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାମୀଙ୍କ ଡ୍ରାଇଭର ପ୍ରେମରେ ପଡ଼ିଯାଇଥିଲେ ସ୍ତ୍ରୀ। ଅନ୍ୟ ସହରକୁ ସ୍ୱାମୀଙ୍କ ବଦଳି ହେବା ପରେ ଡ୍ରାଇଭର ସହିତ ରଖିଥିଲେ ଅନୈତିକ ସଂପର୍କ। ହେଲେ ବେଶୀ ଦିନ ଲୁଚି ରହିଲାନି ଏହି ଖେଳ। ସବୁ ଜାଣିଗଲେ ସ୍ୱାମୀ। ଆଉ ଏହା ପରେ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର କଲେ ସ୍ତ୍ରୀ। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଯୁକ୍ତ କଲେ ସୁପାରୀ କିଲର। ହେଲେ ସ୍ୱାମୀଙ୍କ ଭାଗ୍ୟ ଭଲ। ନିଶ୍ଚିତ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ। ଆଉ ପୁଲିସ୍ ହାତରେ ଧରାପଡ଼ିଲା ଡ୍ରାଇଭର। କିନ୍ତୁ ଖସି ଯାଇଛନ୍ତି ସ୍ତ୍ରୀ। ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଗିରଫ ଅଭିଯୁକ୍ତର ନାଁ ଅଶୋକ କୁମାର ସାହୁ (୩୦)। ତା’ ଘର ଅନୁଗୋଳ ଜିଲ୍ଲା ତାଳଚେର ସହରର ହାଟତୋଟା ଅଞ୍ଚଳରେ। ଅଭିଯୋଗକାରୀ ମଞ୍ଚେଶ୍ୱରରେ ଚାକିରି କରୁଥିବା ସମୟରେ ଅଶୋକ ତାଙ୍କ ନିକଟରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲା।

ମଞ୍ଚେଶ୍ୱର ଥାନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ଇଞ୍ଜିନିୟର। ତାଙ୍କର ପୁରୀକୁ ବଦଳି ହୋଇଯିବା ପରେ ଅଭିଯୁକ୍ତ ଅଶୋକ ତାଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସଂପର୍କ ରଖିଥିଲା। ଏହି ଅନୈତିକ ସମ୍ପର୍କ ବିଷୟରେ ଅଭିଯୋଗକାରୀ ଜାଣିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଏହା ପରେ ଅଭିଯୋଗକାରୀଙ୍କ ସ୍ତ୍ରୀ ତାଙ୍କୁ ମାରି ଦେବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ସେ ଅଶୋକ ସହିତ ମିଶି ଜିତେନ୍ଦ୍ର କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରିଥିଲେ।

ଅଭିଯୋଗକାରୀ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ଜିତେନ୍ଦ୍ର ପ୍ରଧାନ ଓ ଅଶୋକ ଅନ୍ୟ ସହଯୋଗୀ ମାନଙ୍କ ସହ ମିଶି ତାଙ୍କୁ ଷ୍ଟିଲ ଏବଂ ପ୍ଲାଷ୍ଟିକ ପାଇପ ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୋଗକାରୀଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ତେବେ ସେ କୌଣସିମତେ ଘଟଣାସ୍ଥଳରୁ ଖସି ଯାଇ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।

ଏ ଘଟଣା ନେଇ ଅଭିଯୋଗ ପାଇବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ତା’ ମଧ୍ୟରେ ଅଭିଯୁକ୍ତ ମାନେ ପୁଲିସ ହାତରେ ଧରା ନପଡ଼ିବା ପାଇଁ ଘର ବଦଳାଇ ଥିଲେ। ତେବେ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ଚଢ଼ାଉ କରିବା ପରେ ଅଶୋକ ଧରାପଡ଼ିଥିଲା। ପଚରା ଉଚରା ସମୟରେ ସେ ନିଜ ଦୋଷ ସ୍ଵୀକାର କରିଥିବା ପୁଲିସ୍ କହିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପ୍ରୟାସ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos