ଫଶି ଗଲେ ଜାଲ୍‌ ନୋଟ୍‌ ଜମାକାରୀ

ସୋର(ଓଡ଼ିଶା ରିପୋର୍ଟର): ଜାଲ ନୋଟ୍ ଜମା କରୁଥିବାବେଳେ ଜଣେ ଜମାକରୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାଁ ବିଷ୍ଣୁ ନାୟକ। ବାଲେଶ୍ୱରର କ୍ଷୀରିକୋଣା ସମବାୟ ସମିତିରେ ବିଷ୍ଣୁ ଟଙ୍କା ଜମା କରିବାକୁ ଯାଇଥିଲେ। ୧ ଲକ୍ଷ ୫୦ ହଜାର ଟଙ୍କା  ଜମା କରୁଥିବା ବେଳେ ତା’ ଭିତରେ ୨୨ଟି ଦୁଇ ହଜାର ଟଙ୍କିଆ ଜାଲ ଥିବା ଜଣାପଡ଼ିଥିଲା।  ସମବାୟ ସମିତିର ସଂପାଦକ ଅଚ୍ୟୁତ ନନ୍ଦ ଦାସ ଜାଲ ନୋଟ୍‌ ନେଇ ପୋଲିସକୁ ଜଣାଇଥିଲେ ।

ବିଷ୍ଣୁଙ୍କ ନିକଟରୁ ପୋଲିସ ୨୨ଟି ନକଲି ନୋଟ ଜବତ କରିଛି। ସେ ଏହି ଜାଲ୍‌ ନୋଟ୍‌ କେଉଁଠୁ ଆଣିଲେ ଏବଂ ଏହି ଘଟଣାରେ ଆଉ  କିଏ ସଂପୃକ୍ତ ଅଛନ୍ତି ପୋଲିସ ଏନେଇ ଖୋଳତାଡ଼ କରୁଛି।