ରାଜ୍ୟରେ କୋଟିଏ ଲୋକ ନେଲେ ଡବଲ୍‌ ଡୋଜ୍‌ କୋଭିଡ୍‌ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। ରାଜ୍ୟର କୋଟିଏ ଲୋକ କୋଭିଡ୍‌ ଟିକାର ଉଭୟ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛି। Happy to share that #Odisha has achieved another milestone in #COVID19Vaccination with over one crore citizens fully vaccinated with two doses of #COVID19 vaccines. #OdishaCares […]

covid

Manoranjan Sial
  • Published: Monday, 18 October 2021
  • , Updated: 18 October 2021, 05:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟ ସରକାର ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। ରାଜ୍ୟର କୋଟିଏ ଲୋକ କୋଭିଡ୍‌ ଟିକାର ଉଭୟ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛି।

https://twitter.com/HFWOdisha/status/1450038480453603329?s=20

ରାଜ୍ୟରେ ମହାମାରୀ ପାଇଁ ରାଜ୍ୟ ସରକାର ଶଟ୍‌ଡାଉନ୍ ଓ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ତେବେ କୋଭିଡ୍‌ ଟିକା କରଣ ପରେ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଜୀବନ ଯାତ୍ରା। ଆୟତ୍ତକୁ ଆସୁଛି କରୋନା। ଆଉ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଦୋକାନ ବଜାର ଖୋଲୁଛି। ଆଉ ଲୋକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି କିଣାକିଣି କରୁଛନ୍ତି। ଯେଉଁଥିପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଦେଖିବାକୁ ଗତ ୨୪ ଘଣ୍ଟା ତଳେ ଗଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ୩୪୦ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୯୯ ଜଣ ଲୋକାଲ୍‌ କେସ୍‌ ଅଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ ୧୦୩୫୪୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮୨୯୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୨୨୭୮୦ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୨୯୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ତେବେ କୋଭିଡରୁ ଆରୋଗ୍ୟ ହୋଇ ୫୩ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Related story