ଲମତାପୁଟ (ଓଡ଼ିଶା ରିପୋର୍ଟର): ବଜ୍ରାଘାତରେ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୭ ଜଣ ଆହତ ହୋଇଛନ୍ତି। ଆଜି ଅପରାହ୍ଣରେ ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ୍ ଅନ୍ତର୍ଗତ ସିଲପଡ଼ା ଗାଁରେ।
ମୃତକ ଜଣେ ମହିଳା। ସେ ହେଉଛନ୍ତି ଗାଁର ରଘୁନାଥ କ୍ରିସାନିଙ୍କ ବୋହୂ।
ଆଜି ଅପରାହ୍ଣରେ ରଘୁନାଥ ଓ ତାଙ୍କ ପରିବାର ଲୋକେ ଜମିରେ ଥିଲେ। ଏହି ସମୟରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ବର୍ଷା ଯୋଗୁ ରଘୁନାଥ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଘରକୁ ଫେରି ଆସିଥିଲେ। ସେମାନେ ସମସ୍ତେ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ତାଙ୍କ ଘରକୁ ଲାଗି ଥିବା ତେନ୍ତୁଳି ଗଛରେ ବଜ୍ରପାତ ହୋଇଥିଲା। ଫଳରେ ସମସ୍ତେ ଅଚେତ ହୋଇଯାଇଥିଲେ। ଗାଁ ଲୋକେ ସେମାନଙ୍କୁ ଲମତାପୁଟ ହସ୍ପିଟାଲ୍ ଆଣିଥିଲେ।
ରଘୁନାଥ କ୍ରିସାନିଙ୍କ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଦୁଇ ଦିନ ହେଲା ନିଖୋଜ ଥିଲେ
ଯୁବକଜଣକ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ବେଳେ ଆଜି ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି।
Events & Festivals
ଗଙ୍ଗା ସାଗର ମେଳା ଆରମ୍ଭ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମ ସ୍ଥଳରେ ଆରମ୍ଭ ହୋଇଛି ଗଙ୍ଗା ସାଗର ମେଳା ।
Events & Festivals
ଆଜି ପୌଷ ପୂର୍ଣ୍ଣିମା, ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ସୁନା ବେଶ ବା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ।
Science & Environment
ମନ ଜିଣିଥିଲା ମହେନ୍ଦ୍ର, ୬୬ ବର୍ଷରେ ଆଖି ବୁଜିଲା
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା।
Crime
ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍
ଶ୍ରୀମନ୍ଦିର ପରିସର କୀର୍ତ୍ତନ ଚକଡ଼ା ଫଟୋ ଭାଇରାଲ୍ ହୋଇଛି। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ୍ କରିଛନ୍ତି ଗୌରବ କୁମାର ସାହୁ ନାମକ ଯୁବକ।