କେନାଲ ପାଖରେ ଝାଡ଼ା ବସିବାକୁ ନେଇ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ୩ ଆହତ

ଖଡ଼ିଆଳ (ଓଡ଼ିଶା ରିପୋର୍ଟର): କେନାଲ ପାଖରେ ଝାଡ଼ା ବସିବାକୁ ନେଇ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍‌ଏସିରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଭାକର ଶବର। ତାଙ୍କ ଘର ଖଡ଼ିଆଳ ଏନ୍‌ଏସିର ପୁଟୁପଡ଼ାରେ। ଗତକାଲି ପୁଟୁପଡ଼ାର ଜଣେ ଯୁବକ କେନାଲ ପାଖରେ ଝାଡ଼ା ବସିଥିଲେ। ଏହାକୁ ନେଇ ପୁଟୁପଡ଼ାର କିଛି ଯୁବକଙ୍କ ସହ […]

group-clash

  • Published: Wednesday, 05 October 2022
  • , Updated: 05 October 2022, 01:17 PM IST

ଖଡ଼ିଆଳ (ଓଡ଼ିଶା ରିପୋର୍ଟର): କେନାଲ ପାଖରେ ଝାଡ଼ା ବସିବାକୁ ନେଇ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍‌ଏସିରେ ଘଟିଛି ଏହି ଘଟଣା।

ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଭାକର ଶବର। ତାଙ୍କ ଘର ଖଡ଼ିଆଳ ଏନ୍‌ଏସିର ପୁଟୁପଡ଼ାରେ।

ଗତକାଲି ପୁଟୁପଡ଼ାର ଜଣେ ଯୁବକ କେନାଲ ପାଖରେ ଝାଡ଼ା ବସିଥିଲେ। ଏହାକୁ ନେଇ ପୁଟୁପଡ଼ାର କିଛି ଯୁବକଙ୍କ ସହ ସାହୁପଡ଼ାର କିଛି ଯୁବକଙ୍କର ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଏହି ସମୟରେ ପ୍ରଭାକର ସେଠାରେ ପହଞ୍ଚି ଉଭୟ ଗୋଷ୍ଠୀର ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ। ହେଲେ ତାଙ୍କୁ କେହି ଜଣେ ଛୁରୀ ଭୁସି ଦେଇଥିଲା। ଘଟଣାସ୍ଥଳରେ ପ୍ରଭାକରଙ୍କର ମୃତ୍ୟୁ ଘଟିଥିଲା। ସେହିପରି ମାରପିଟରେ ଉଭୟ ଗୋଷ୍ଠୀର ୩ଜଣଙ୍କ ଗୁରୁତର ହୋଇଥିଲେ। ଆହତଙ୍କୁ ନୂଆପଡ଼ା ହସପିଟାଲରେ ଭର୍ତ୍ତି କରାଯାଇଛି।

ଖଡ଼ିଆଳ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି  ଓ ଘଟଣାର ତଦନ୍ତ କରୁଛି। ଆଜି ସକାଳେ ପୁଟୁପଡ଼ା ଗ୍ରାମବାସୀ ନ୍ୟାୟ ଦାବିରେ ଖଡ଼ିଆଳ ଥାନା ଘେରାଉ କରିଛନ୍ତି।

 

 

Related story