ଲକ୍‌ଡାଉନ ଯୋଗୁ ଶ୍ୱଶୁର ଘରେ ଥିଲେ, ନିଜ ଗାଁକୁ ଫେରିଲା ବେଳେ ପିଟି ଦେଲା ଟ୍ରକ୍

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ଉପର ମାର୍କେଟ ମାଛ ବଜାର ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେବକ ନାଗ (୪୫)। ତାଙ୍କ ଘର ଝାରଖଣ୍ଡର ବିରୁ ଅଞ୍ଚଳରେ ଓ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଲକ୍‌ଡାଉନ ପୂର୍ବରୁ ସେବକ ନିଜ ଶ୍ୱଶୁର ଘର ବୀରମିତ୍ରପୁରକୁ ଆସିଥିଲେ। ଲକ୍‌ଡାଉନ ଯୋଗୁ ସେ ଘରକୁ ଫେରି ପାରିନଥିଲେ। ତେବେ ଝାରଖଣ୍ଡକୁ ବସ୍‌ […]

accident000

Tapaswini Nayak
  • Published: Friday, 05 June 2020
  • , Updated: 05 June 2020, 12:22 PM IST

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ଉପର ମାର୍କେଟ ମାଛ ବଜାର ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେବକ ନାଗ (୪୫)। ତାଙ୍କ ଘର ଝାରଖଣ୍ଡର ବିରୁ ଅଞ୍ଚଳରେ ଓ ସେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।
ଲକ୍‌ଡାଉନ ପୂର୍ବରୁ ସେବକ ନିଜ ଶ୍ୱଶୁର ଘର ବୀରମିତ୍ରପୁରକୁ ଆସିଥିଲେ। ଲକ୍‌ଡାଉନ ଯୋଗୁ ସେ ଘରକୁ ଫେରି ପାରିନଥିଲେ। ତେବେ ଝାରଖଣ୍ଡକୁ ବସ୍‌ ଚଳାଚଳ ହେଉଥିବା ଜାଣି ଆଜି ନିଜ ଘରକୁ ଯିବା ପାଇଁ ଅଟୋ ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ। ଏହି ସମୟରେ ଝାରଖଣ୍ଡ ଯାଉଥିବା ଏକ ଲାଇନ ଟ୍ରକ୍‌ ସେବକଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିଲା । ପୁଲିସ୍ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story