ନାଳ ଭିତରେ ଫସିବା ଘଟଣା: ଜଣଙ୍କ ମୃତ ଦେହ ଉଦ୍ଧାର
- Published: Sunday, 10 June 2018
- , Updated: 10 June 2018, 08:05 AM IST
<p>ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଫସି ରହିଥିବା ୫ ଯୁବକଙ୍କ ମଧ୍ୟରୁ ଜଣକର ମୃତଦେହ ମିଳିଛି। ତେବେ ମୃତଦେହଟିକୁ ଚିହ୍ନଟ କରାଯାଇ ପାରିନି। ଗତକାଲି ସନ୍ଧ୍ୟା ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଅପରେସନ ଆରମ୍ଭ ହେବ।</p>
<p>୫ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, CISF ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବୈଷୟିକ ଟିମ୍ ବର୍ଜ୍ୟବସ୍ତୁ ଟନେଲ ଭିତରକୁ ଯାଇ ଖୋଜାଖୋଜି କରିଥିଲେ। ତେବେ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ ମିଳି ପାରି ନାହିଁ।</p>
<p>ସୂଚନାମୁତାବକ, ଗତ ୩ ତାରିଖରେ RSP ବର୍ଜ୍ୟବସ୍ତୁ ନିଷ୍କାସନ ଟନେଲ ଦେଇ ଉଦିତନଗର ଶୀତଳପଡ଼ାର ୯ ଜଣ ଯୁବକ ପ୍ଲାଣ୍ଟ ଭିତରକୁ ଚୋରି ଉଦ୍ଦେଶ୍ୟରେ ପଶିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ବାହାରି ଆସିଥିବା ବେଳେ ୪ ଜଣ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ପରଦିନ ଆଉ ଦୁଇଜଣ ଟନେଲ ଭିତରକୁ ଯାଇଥିବା ବେଳେ ସେମାନଙ୍କ ଭିତରୁ ପୁଣି ଜଣେ ଫସି ଯାଇଥିଲେ।</p>