କାମ ସାରି ଫେରୁଥିବା ବେଳେ ଚାଲିଗଲା ଜୀବନ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ୧୬ ନଂ ଜାତୀୟ ରାଜପଥରେ ଏକ ବାଇକ୍‌କୁ କାର୍‌ଟିଏ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଭୋଳାନାଥ ବାଗ। ସେହିପରି ଆହତ ମହିଳାଙ୍କ ନାଁ ନିରୁପମା ମିଶ୍ର। ସୂଚନା ଅନୁଯାୟୀ, ନୀଳଗିରିର ବାଉଁଶବଣିଆ ଅଞ୍ଚଳର ଭୋଳାନାଥ ବାଗ ଓ ନିରୁପମା ମିଶ୍ର ଫାଲ୍‌କନ୍ ଚିଙ୍ଗୁଡି କଂପାନୀରୁ କାମ ସାରି ବାଇକ୍ ଯୋଗେ ଫେରୁଥିବାବେଳେ […]

car1

Jitendra Garnayak
  • Published: Wednesday, 09 September 2020
  • , Updated: 09 September 2020, 11:35 AM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ୧୬ ନଂ ଜାତୀୟ ରାଜପଥରେ ଏକ ବାଇକ୍‌କୁ କାର୍‌ଟିଏ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାଁ ଭୋଳାନାଥ ବାଗ। ସେହିପରି ଆହତ ମହିଳାଙ୍କ ନାଁ ନିରୁପମା ମିଶ୍ର।

ସୂଚନା ଅନୁଯାୟୀ, ନୀଳଗିରିର ବାଉଁଶବଣିଆ ଅଞ୍ଚଳର ଭୋଳାନାଥ ବାଗ ଓ ନିରୁପମା ମିଶ୍ର ଫାଲ୍‌କନ୍ ଚିଙ୍ଗୁଡି କଂପାନୀରୁ କାମ ସାରି ବାଇକ୍ ଯୋଗେ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଭୋଳାନାଥଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ନିରୁପମା ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related story