ପ୍ରଥମେ ଡିଭାଇଡର୍‌ରେ ପିଟି ହେଲା, ପରେ ଟ୍ରକ୍ ଧକ୍କା ଦେଲା

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପାରିଙ୍କସାରୀ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ ଗୋଡ଼ ଆଣ୍ଠୁ ତଳୁ ପୂରା କଟି ଯାଇଛି। ସୂଚନା ଅନୁଯାୟୀ, ଗୋଟିଏ ପିକ୍‌ଅପ୍ ଭ୍ୟାନ୍‌ରେ ୧୦/୧୨ ଜଣ ଲୋକ ଆନ୍ଧ୍ର ପ୍ରଦେଶରୁ ପୁରୀ ଅଭିମୁଖେ ଯାଉଥିଲେ। ପାରିଙ୍କସାରୀ ଛକ […]

accident2

accident2

Jitendra Garnayak
  • Published: Wednesday, 05 August 2020
  • Updated: 05 August 2020, 09:05 AM IST

Sports

Latest News

ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପାରିଙ୍କସାରୀ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଗୋଟିଏ ଗୋଡ଼ ଆଣ୍ଠୁ ତଳୁ ପୂରା କଟି ଯାଇଛି।

ସୂଚନା ଅନୁଯାୟୀ, ଗୋଟିଏ ପିକ୍‌ଅପ୍ ଭ୍ୟାନ୍‌ରେ ୧୦/୧୨ ଜଣ ଲୋକ ଆନ୍ଧ୍ର ପ୍ରଦେଶରୁ ପୁରୀ ଅଭିମୁଖେ ଯାଉଥିଲେ। ପାରିଙ୍କସାରୀ ଛକ ନିକଟରେ ଡ୍ରାଇଭରର ଆଖି ଲାଗିଯାଇଥିଲା। ଫଳରେ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ରାସ୍ତାର ଅପରପାର୍ଶ୍ୱକୁ ଚାଲିଯାଇଥିଲା। ଆଉ ଏତିକିବେଳେ ସେପଟେ ଯାଉଥିବା ଏକ ଟ୍ରକ୍ ଏହାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଭାବେ ଆହତ ହୋଇଥିବା ୩ ଜଣଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos