ଲାଗିଗଲା ନିଆଁ, ଘର ସହିତ ଜଳିଗଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ନିଆଁରେ ଜଳି ପାଉଁଶ ହୋଇଗଲା ଘର। ଆଉ ଏଥିରେ ଜୀବନ୍ତଦଗ୍ଧ ହୋଇଗଲେ ଜଣେ ବ୍ୟକ୍ତି। ଏମିତି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ନିଲିଗୁଡ଼ା ପଞ୍ଚାୟତର ପୁରୁଣା ନିଲିଗୁଡ଼ା ଗାଁରୁ। ମୃତକଙ୍କ ନାଁ ଇର୍ମା ମାନକାମୀ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଇର୍ମା ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ପୂରା ଘରକୁ ନିଜ କବଳକୁ […]

fire1

Jitendra Garnayak
  • Published: Friday, 25 December 2020
  • , Updated: 25 December 2020, 11:47 AM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ନିଆଁରେ ଜଳି ପାଉଁଶ ହୋଇଗଲା ଘର। ଆଉ ଏଥିରେ ଜୀବନ୍ତଦଗ୍ଧ ହୋଇଗଲେ ଜଣେ ବ୍ୟକ୍ତି। ଏମିତି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ନିଲିଗୁଡ଼ା ପଞ୍ଚାୟତର ପୁରୁଣା ନିଲିଗୁଡ଼ା ଗାଁରୁ। ମୃତକଙ୍କ ନାଁ ଇର୍ମା ମାନକାମୀ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଇର୍ମା ଓ ତାଙ୍କ ପରିବାର ଲୋକେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ପୂରା ଘରକୁ ନିଜ କବଳକୁ ନେଇ ଯାଇଥିଲା। ବିଦ୍ୟୁତ୍ ବୋର୍ଡରେ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି।

ନିଆଁ ଲାଗିବା ପରେ ଇର୍ମାଙ୍କ ସ୍ତ୍ରୀ ଓ ଛୁଆ କୌଣସିମତେ ବାହାରକୁ ଚାଲି ଆସିଥିଲେ। କିନ୍ତୁ ଅନ୍ୟ ଏକ କଠୋରୀରେ ଶୋଇଥିବା ଇର୍ମା ବାହାରି ପାରି ନଥିଲେ ଏବଂ ଘର ସହିତ ସେ ବି ଜଳି ଯାଇଥିଲେ।

ନିଆଁ ଲାଗିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀଙ୍କୁ ଫୋନ୍ କରି ଜଣାଇଥିଲେ। ଅଗ୍ନିଶମ ଅଧିକାରୀ ଶିଶିରକାନ୍ତ ସିଂ ଓ ବୀରେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଆସି ନିଆଁ ଲିଭାଇଥିଲା।

ଆଜି ସକାଳେ ପରିବାର ଲୋକେ ପଡ଼ିଆ ଥାନାରେ ଘଟଣା ସଂପର୍କରେ ଜଣାଇଥିଲେ। ଏହା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାର ଛାନଭିନ କରୁଛି।

Related story