ଘରକୁ ଆସୁଥିଲେ, ଟ୍ରକ୍ ଧକ୍କା ଦେଲା

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ସହରସ୍ଥିତ ହେମକାପଦା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ଶ୍ରୀକାନ୍ତ ବେହେରା।

ଆଜି ସକାଳେ ଶ୍ରୀକାନ୍ତ ଘରକୁ ଆସୁଥିବା ବେଳେ, ହେମକାପଦା ଛକରେ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର୍ ଫେରାର୍ ହୋଇଯାଇଛି।