କୂଅରେ ଗଲା ଶଳାର ଜୀବନ, ଭିଣୋଇ ଗୁରୁତର

ତେଲକୋଇ (ଚିନ୍ମୟ କୁମାର ସାହୁ): କୂଅରୁ ପଙ୍କ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ଶ୍ୱାସରୁଦ୍ଧ ହୋଇ ଶଳାର ଜୀବନ ଯାଇଥିବା ବେଳେ ଗୁରୁତର ହୋଇପଡ଼ିଛନ୍ତି ଭିଣୋଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଗୁଡିକଂସର ଗାଁରେ। ମୃତକ ହେଲେ କାଳିଆହତା ଗାଁର ନିରଞ୍ଜନ ମହାନ୍ତ। ଗୁରୁତର ହେଲେ ଗୁଡିକଂସର ଗାଁର ବ୍ରହ୍ମାନନ୍ଦ ମହାନ୍ତ। ଆଜି କିଛି ଲୋକଙ୍କ ସହାୟତାରେ ବ୍ରହ୍ମାନନ୍ଦ ମହାନ୍ତ ଓ ତାଙ୍କ […]

telkoi

Niharika Rout
  • Published: Friday, 03 June 2022
  • , Updated: 03 June 2022, 01:52 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): କୂଅରୁ ପଙ୍କ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ଶ୍ୱାସରୁଦ୍ଧ ହୋଇ ଶଳାର ଜୀବନ ଯାଇଥିବା ବେଳେ ଗୁରୁତର ହୋଇପଡ଼ିଛନ୍ତି ଭିଣୋଇ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଗୁଡିକଂସର ଗାଁରେ। ମୃତକ ହେଲେ କାଳିଆହତା ଗାଁର ନିରଞ୍ଜନ ମହାନ୍ତ। ଗୁରୁତର ହେଲେ ଗୁଡିକଂସର ଗାଁର ବ୍ରହ୍ମାନନ୍ଦ ମହାନ୍ତ।

ଆଜି କିଛି ଲୋକଙ୍କ ସହାୟତାରେ ବ୍ରହ୍ମାନନ୍ଦ ମହାନ୍ତ ଓ ତାଙ୍କ ଶଳା ବଡବାବୁଲ ଗୁଡିକଂସର ଗାଁରେ ଥିବା ଏକ ନନ୍ଦକୂଅରୁ ପଙ୍କ ଉଦ୍ଧାର କରୁଥିଲେ। ପ୍ରଥମେ ଭିଣୋଇ ବ୍ରହ୍ମାନନ୍ଦ କୂଅ ଭିତରେ ପଶି ପଙ୍କ ଉଦ୍ଧାର କରୁଥିବା ବେଳେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କୂଅ ଭିତରୁ ଉଦ୍ଧାର କରାଯାଇଥିଲା।  ଏହାପରେ ତାଙ୍କ ଶଳା ନିରଞ୍ଜନ ପଙ୍କ ଉଦ୍ଧାର ପାଇଁ କୂଅ ଭିତରକୁ ଯାଇଥିଲେ। ତେବେ କିଛି ସମୟ ପରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଗୁରୁତର ବ୍ରହ୍ମାନନ୍ଦଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related story