କାର, ବାଇକ୍‌ ଜଳିଲା, ଜଣେ ଚାଲିଗଲେ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର) ରାସ୍ତାରେ ଜଳିଗଲା କାର୍ । ଏକ ବାଇକ ସହ ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା। କାର୍ ସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ମଧ୍ୟ ଜଳିଯାଛି।   ଏଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ  ହୋଇଛି । କଟକ-ପାରାଦୀପ ରାସ୍ତାର ରଘୁନାଥପୁର ବଜ଼ାର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ କଟକରୁ ପାରାଦୀପ ଯାଉଥିବା ଏକ ମାରୁତି କାର ରଘୁନାଥପୁର ଓ ଗୋପାଳପୁର ମଝି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ […]

689

Tapas Behera
  • Published: Sunday, 13 December 2020
  • , Updated: 13 December 2020, 07:08 PM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର) ରାସ୍ତାରେ ଜଳିଗଲା କାର୍ । ଏକ ବାଇକ ସହ ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା। କାର୍ ସହ ଦୁର୍ଘଟଣାଗ୍ରସ୍ତ ବାଇକ୍ ମଧ୍ୟ ଜଳିଯାଛି।   ଏଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ  ହୋଇଛି । କଟକ-ପାରାଦୀପ ରାସ୍ତାର ରଘୁନାଥପୁର ବଜ଼ାର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ କଟକରୁ ପାରାଦୀପ ଯାଉଥିବା ଏକ ମାରୁତି କାର ରଘୁନାଥପୁର ଓ ଗୋପାଳପୁର ମଝି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ବାଇକ ଚାଳକକୁ ରଘୁନାଥପୁର ମେଡିକାଲ ନିଆ ଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ରଘୁନାଥପୁର ଅଗ୍ନିଶମ ସେବା ବିଭାଗର କର୍ମଚାରୀ ଦମକଳ ସହିତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭର ଏବଂ ଏଥିରେ ଥିବା ବ୍ୟକ୍ତି ଫେରାର ହୋଇ ଯାଇଛନ୍ତି । ଏହି ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ରାସ୍ତା ଜାମ ହୋଇ ଯାଇଥିଲା । ପରେ ରଘନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ସହିତ ତଦନ୍ତ ଆରମ୍ଭ କରିଛି।

Related story