ପଛରୁ ପିଟି ଦେଲା ଟ୍ରେଲର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ସ୍କୁଟିକୁ ପଛରୁ ପିଟି ଦେଲା ଏକ ମାଲ୍‌ ବୋଝେଇ ଟ୍ରେଲର। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଟାଙ୍ଗରପଡ଼ା ଛକରେ। ମୃତକଙ୍କ ନାଁ ଦ୍ୱାରିକା ବରାଳ। ଆହତମାନେ ହେଲେ ପୂର୍ଣ୍ଣ ସ୍ୱାଇଁ ଓ ଦୁର୍ଗା ଚରଣ ବରାଳ। ଏମାନେ ସମସ୍ତେ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗାଁର। ଆହତମାନଙ୍କୁ କାମାକ୍ଷନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। […]

accident

Jitendra Garnayak
  • Published: Thursday, 21 March 2019
  • , Updated: 21 March 2019, 09:42 AM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ସ୍କୁଟିକୁ ପଛରୁ ପିଟି ଦେଲା ଏକ ମାଲ୍‌ ବୋଝେଇ ଟ୍ରେଲର। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି।

ଏହି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଟାଙ୍ଗରପଡ଼ା ଛକରେ।

ମୃତକଙ୍କ ନାଁ ଦ୍ୱାରିକା ବରାଳ। ଆହତମାନେ ହେଲେ ପୂର୍ଣ୍ଣ ସ୍ୱାଇଁ ଓ ଦୁର୍ଗା ଚରଣ ବରାଳ। ଏମାନେ ସମସ୍ତେ ମଠକରଗୋଳା ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗାଁର। ଆହତମାନଙ୍କୁ କାମାକ୍ଷନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏମାନେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନୂଆସାହିରେ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ୫୩ ନମ୍ବର ଜାତୀୟ ରାଜପଥରେ ଗାଁକୁ ଫେରୁଥିବା ବେଳେ ଭୁବନ ଆଡୁ ଆସୁଥିବା ଏକ ଟ୍ରେଲ୍‌ର ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦ୍ୱାରିକାଙ୍କ ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Related story