କଚାଡ଼ି ଦେଲା ହାତୀ: ବୃଦ୍ଧ ମୃତ      

Ordigital Desk
  • Published: Monday, 06 November 2017
  • , Updated: 06 November 2017, 09:57 AM IST
<p>ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଓରେଇବାହାରା ଗାଁ ନିକଟରେ ହାତୀ ଆକ୍ରମଣ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲଟି ପାଣ୍ଡେ। ଆଜି ସକାଳେ ସେ ଶୌଚ ସାରି ନିକଟସ୍ଥ ହଳଦୀ ଜଙ୍ଗଲରୁ ଫେରୁଥିବା ବେଳେ ୫ଟି ହାତୀ ହାବୁଡ଼ରେ ପଡ଼ିଥିଲେ।&nbsp; ଏକ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା।</p> <p>କିଛିଦିନ ହେବ ଛତିଶଗଡ଼ରୁ ହାତୀ ଆସି ପାଖ ଜଙ୍ଗଲରେ ରହୁଥିବା କୁହାଯାଉଛି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ&nbsp; ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।</p>

Related story