ଘର ଦୁଆରେ ଠିଆ ହୋଇଥିଲେ, ଟାଣି ଆଣି ଦଳିଦେଲା

ରାଉରକେଲା/ନୀଳଗିରି(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡରେ ପୁଣି ମାତିଲେ ହାତୀ। ଘର ଦୁଆରେ ଠିଆ ହୋଇଥିବା ବେଳେ ଜଣଙ୍କୁ ଟାଣି ଆଣି ଦଳିଦେଲା ଦନ୍ତା ହାତୀ। ରାଉରକେଲା ବିଶ୍ରା ଫରେଷ୍ଟ୍ ରେଞ୍ଜର ବୁଢ଼ିକାନିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଉଛନ୍ତି ୫୦ ବର୍ଷୀୟ ଉମେଶ ମୁଣ୍ଡ। ସୂଚନା ଅନୁସାରେ, ଗତକାଲି ରାତିରେ ଏକ ହାତୀ ପଲ ବୁଢିକାନି ଗାଁରେ ପଶିଥିବା ବେଳେ ଗ୍ରାମବାସୀମାନେ ଘଉଡାଇଥିଲେ। ସେହି ସମୟରେ ଉମେଶ ଘର ପାଖରେ ଛିଡା ହୋଇଥିବା ବେଳେ ଏକ ଦନ୍ତା […]

raurkela

Rakesh Mallick
  • Published: Tuesday, 03 July 2018
  • , Updated: 03 July 2018, 10:58 AM IST

ରାଉରକେଲା/ନୀଳଗିରି(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡରେ ପୁଣି ମାତିଲେ ହାତୀ। ଘର ଦୁଆରେ ଠିଆ ହୋଇଥିବା ବେଳେ ଜଣଙ୍କୁ ଟାଣି ଆଣି ଦଳିଦେଲା ଦନ୍ତା ହାତୀ। ରାଉରକେଲା ବିଶ୍ରା ଫରେଷ୍ଟ୍ ରେଞ୍ଜର ବୁଢ଼ିକାନିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଉଛନ୍ତି ୫୦ ବର୍ଷୀୟ ଉମେଶ ମୁଣ୍ଡ।

ସୂଚନା ଅନୁସାରେ, ଗତକାଲି ରାତିରେ ଏକ ହାତୀ ପଲ ବୁଢିକାନି ଗାଁରେ ପଶିଥିବା ବେଳେ ଗ୍ରାମବାସୀମାନେ ଘଉଡାଇଥିଲେ। ସେହି ସମୟରେ ଉମେଶ ଘର ପାଖରେ ଛିଡା ହୋଇଥିବା ବେଳେ ଏକ ଦନ୍ତା ଟାଣି ଆଣି ତାଙ୍କୁ ଦଳି ମାରିଦେଇଥିଲା। ଏହି ଦନ୍ତାଟି ସୁନ୍ଦରଗଡ଼ ଜିଲ୍ଲାରେ ଏର୍ଯ୍ୟନ୍ତ ୧୩ ଜଣଙ୍କୁ ମାରି ସାରିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ହାତୀକୁ ନିସ୍ତେଜ କରି ଅନ୍ୟତ୍ର ନେଇ ଯିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।

ସେହପରି ବାଲେଶ୍ୱର ଜିଲ୍ଲା ନୀଳଗିରିରେ ହାତୀ ଆତଙ୍କ। ଆଜି ସକାଳୁ ନୀଳଗିରି ମାଛୁଆ ପଞ୍ଚାୟତର ସିଙ୍ଗିରି ଗାଁରେ ଦୁଇଟି ଜଙ୍ଗଲୀ ହାତୀ ପଶିଆସିଛନ୍ତି।  ହାତୀ ଦୁଇଟି ବର୍ତ୍ତମାନ ବୁଦାମୂଳରେ ରହିଛନ୍ତି।  ଏହାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Related story