ଟ୍ରକ୍‌ରେ ପିଟି ହେଲା ବୋଲେରୋ; ଜଣେ ମୃତ

ଆନନ୍ଦପୁର (ମୁନା ସିଂହ): ୨୦ ନମ୍ବର ଜାତୀୟ ରାଜପଥର ବରପଦା ଛକ ନିକଟରେ ବୋଲେରୋଟିଏ ଟ୍ରକ୍‌ରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନିଜେ ବୋଲେରୋ ଡ୍ରାଇଭର। ଗତକାଲି ବିଳମ୍ବିତ ରାତିରେ ଏ ଦୁର୍ଘଟଣା ଘଟିଥିଲା। କଟକରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ବେଳେ ବୋଲେରୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ବ୍ୟକ୍ତି ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଉଭୟ ଟ୍ରକ୍ ଓ ବୋଲେରୋକୁ […]

dead

dead

Jitendra Garnayak
  • Published: Sunday, 12 May 2019
  • Updated: 12 May 2019, 10:36 AM IST

Sports

Latest News

ଆନନ୍ଦପୁର (ମୁନା ସିଂହ): ୨୦ ନମ୍ବର ଜାତୀୟ ରାଜପଥର ବରପଦା ଛକ ନିକଟରେ ବୋଲେରୋଟିଏ ଟ୍ରକ୍‌ରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନିଜେ ବୋଲେରୋ ଡ୍ରାଇଭର।

ଗତକାଲି ବିଳମ୍ବିତ ରାତିରେ ଏ ଦୁର୍ଘଟଣା ଘଟିଥିଲା। କଟକରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ବେଳେ ବୋଲେରୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆହତ ବ୍ୟକ୍ତି ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍ ଉଭୟ ଟ୍ରକ୍ ଓ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତକାଲି ଏହି ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ବାଇପାସ୍‌ ନିକଟରେ ଏକ ବୋଲେରୋ ଧକ୍କାରେ ଜଣେ ପୁଲିସ୍ ଏଏସ୍ଆଇଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ମୋରିସ୍ କୁଜୁର। ବାଇକ୍‌ରେ ଥାନାକୁ ଯାଉଥିବା ବେଳେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos