ଟ୍ରେଲର ପଛରେ ପିଟି ହୋଇଗଲା ବୁଲେଟ୍‌

ସୋର/ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ଟ୍ରେଲର ପଛରେ ଏକ ବୁଲେଟ୍ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଫାଣ୍ଡି ସମ୍ମୁଖରେ। ମୃତ ବ୍ୟକ୍ତିଙ୍କ ନାଁ ସୌମ୍ୟରଞ୍ଜନ ସାମନ୍ତ (୩୦)। ତାଙ୍କ ଘର ଭଦ୍ରକ ଜିଲ୍ଲା ଚରମ୍ପା ନିକଟସ୍ଥ ପଥରଆଡ଼ିରେ। ଆଜି ସକାଳେ ସୌମ୍ୟରଞ୍ଜନ ତାଙ୍କ ବୁଲେଟ୍‌ରେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ପ୍ରାୟ ସାଢ଼େ ୭ଟା ବେଳେ ସେରଗଡ଼ ଫାଣ୍ଡି ସମ୍ମୁଖରେ ୧୬ ନମ୍ବର ଜାତୀୟ […]

bullet

Jitendra Garnayak
  • Published: Sunday, 21 April 2019
  • , Updated: 21 April 2019, 12:52 PM IST

ସୋର/ରାଇରଙ୍ଗପୁର (ଓଡ଼ିଶା ରିପୋର୍ଟର): ଟ୍ରେଲର ପଛରେ ଏକ ବୁଲେଟ୍ ପିଟି ହୋଇଯିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ସେରଗଡ଼ ଫାଣ୍ଡି ସମ୍ମୁଖରେ।

ମୃତ ବ୍ୟକ୍ତିଙ୍କ ନାଁ ସୌମ୍ୟରଞ୍ଜନ ସାମନ୍ତ (୩୦)। ତାଙ୍କ ଘର ଭଦ୍ରକ ଜିଲ୍ଲା ଚରମ୍ପା ନିକଟସ୍ଥ ପଥରଆଡ଼ିରେ।

ଆଜି ସକାଳେ ସୌମ୍ୟରଞ୍ଜନ ତାଙ୍କ ବୁଲେଟ୍‌ରେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ପ୍ରାୟ ସାଢ଼େ ୭ଟା ବେଳେ ସେରଗଡ଼ ଫାଣ୍ଡି ସମ୍ମୁଖରେ ୧୬ ନମ୍ବର ଜାତୀୟ ରାଜପଥରେ ସେ ଏକ ମାଲ୍‌ବୋଝେଇ ଟ୍ରେଲର ପଛରେ ପିଟି ହୋଇଯାଇଥିଲେ। ଟ୍ରେଲରେ ବୁଲେଟ୍ ପିଟି ହେବା ପରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ମାଡ଼ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସେରଗଡ଼ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ସଦର ହସ୍‌ପିଟାଲ୍‌କୁ ପଠାଇଥିଲେ। ଏହା ସହିତ ଉଭୟ ଟ୍ରେଲର ଓ ବୁଲେଟ୍‌କୁ ଜବତ କରାଯାଇଛି।

ଗଛରେ ପିଟି ହେଲା ଟାଟା ମ୍ୟାଜିକ୍‌

ଗତକାଲି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କାସେଆବେଡ଼ା ଗାଁ ନିକଟରେ ଏକ ଟାଟା ମ୍ୟାଜିକ୍ ଗଛରେ ପିଟି ହୋଇଯିବାରୁ ଜଣେ ତିନି ବର୍ଷର ବାଳକର ମୃତ୍ୟୁ ଘଟିଥିଲା। ତାଙ୍କ ମା’ ଓ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ମୃତକ ଶିଶୁପୁତ୍ରର ନାଁ ଲବ ସୋରେନ୍‌। ମୃତାହତମାନେ ଯଶୀପୁର ଥାନା ଅନ୍ତର୍ଗତ ଦୁରଦୁରା ଗାଁର। ସେମାନେ ଘରକୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଲବଙ୍କ ମା’ ବାସନ୍ତୀ ସୋରେନ୍‌ଙ୍କୁ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଗୁରୁତର ଭାବେ ଆହତ ଅନ୍ୟ ଜଣେ ବ୍ୟକ୍ତି ମାଜୁରାମ ସୋରେନ୍‌ଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story