ଗାଁ ବିଲରୁ ହାତୀର ମୃତଦେହ ଠାବ
- Published: Saturday, 28 April 2018
- , Updated: 28 April 2018, 08:22 AM IST
<p>ବାରିପଦା(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି।</p>
<p>ସୂଚନାଅନୁସାରେ,ଗତକାଲି ରାତିରୁ ଗାଁ ମୁଣ୍ଡରେ ୬ଟି ହାତୀ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଝାଡ଼ଖଣ୍ଡ ଆଡୁ ୪୦ରୁ ଅଧିକ ହାତୀ ପଶ୍ଚିମବଙ୍ଗ ସୀମା ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ହାତୀ ଗୁଡ଼ିକ ବିଭିନ୍ନ ଦଳରେ ଭାଗ ହୋଇ ରାସଗୋବିନ୍ଦପୁର ଓ ଦେଉଳି ରେଞ୍ଜର ଗାଁ ଓ ଜଙ୍ଗଲ ମାନଙ୍କରେ ରହିଛନ୍ତି।</p>