ଧରା ପଡ଼ିଲା ‘ମୟୂର ମାଛ’, ମୂଲ୍ୟ ୨ ଲକ୍ଷ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଆଜି ସମୁଦ୍ରରୁ  ଏକ  ବିରଳ ପ୍ରଜାତିର ମାଛ ଧରିଛନ୍ତି । ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି ।  ଏହି ମାଛକୁ ‘ମୟୂର ମାଛ’  ବୋଲି କୁହାଯାଉଛି। ଆଜି ସକାଳେ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ବୋଟ୍‌ ନେଇ ଯାଇଥିଲେ। ସେଠାରେ  ମଦନ ଦେବନାଥ ନାମକ ମତ୍ସ୍ୟଜୀବୀଙ୍କ ଜାଲରେ ଏହି […]

fish-1-1

Niharika Rout
  • Published: Friday, 01 November 2019
  • , Updated: 01 November 2019, 10:58 AM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଆଜି ସମୁଦ୍ରରୁ  ଏକ  ବିରଳ ପ୍ରଜାତିର ମାଛ ଧରିଛନ୍ତି । ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି ।  ଏହି ମାଛକୁ ‘ମୟୂର ମାଛ’  ବୋଲି କୁହାଯାଉଛି।

ଆଜି ସକାଳେ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ମାଛ ଧରିବାକୁ ବୋଟ୍‌ ନେଇ ଯାଇଥିଲେ। ସେଠାରେ  ମଦନ ଦେବନାଥ ନାମକ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ପଡ଼ିଥିଲା। ଏପରି ମାଛ ପୂର୍ବରୁ କେବେ ଦେଖି ନ ଥିବା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ କହିଛନ୍ତି।

ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ । ଏହାର ଓଜନ  ୨୦ କେଜି  ହୋଇଥିବାରୁ ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା  ହେବ ବୋଲି ମୂଲଚାଲ ହୋଇଛି।  ଦୀଘାରେ ଏହି ମାଛ ବିକ୍ରି  କରାଯିବା ନିମନ୍ତେ  କଥାବାର୍ତ୍ତା ଶେଷ ହୋଇଥିବା ବେଳେ ଏହାକୁ ଧାମରା ପଠାଇ ଦିଆଯାଇଛି। ସେଠାରୁ ମାଛକୁ ଦୀଘା ପଠାଯିବ ବୋଲି ଜଣାଯାଇଛି। ଖବର ପ୍ରଚାରିତ ହେବା ପରେ ଏହି ମାଛ ଦେଖିବାକୁ ରାଜନଗର ତାଳଚୁଆଠାରେ ଲୋକଙ୍କ ଭିଡ଼ ଜମିଥିଲା।

Related story