ଟ୍ରକ୍‌କୁ ଗୋଡ଼ାଉ ଥିଲେ ତହସିଲଦାର, ଟ୍ରକ୍‌ ପିଟି ଦେଲା ବାଇକ୍‌କୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ରକ୍‌ରେ ହେଉଥିଲା ବାଲି ଚାଲାଣ। ତହସିଲଦାର ତାକୁ ଧରିବାକୁ ଗୋଡ଼ାଉଥିଲେ। ଦ୍ରୁତ ଗତିରେ ଖସି ଯାଉଥିବା ବେଳେ ଏକ ବାଇକ୍‌କୁ ପିଟି ଦେଲା ଟ୍ରକ୍‌। ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆଜି ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଦୟା ବ୍ରିଜ୍ ନିକଟରେ। ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ ଓ ଛୋଟ ଝିଅ ସହିତ ବାଇକ୍‌ରେ ବାଲିପାଟଣାରୁ ସାମନ୍ତରାପୁର […]

Protest

Protest

Jitendra Garnayak
  • Published: Thursday, 19 May 2022
  • Updated: 19 May 2022, 09:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ରକ୍‌ରେ ହେଉଥିଲା ବାଲି ଚାଲାଣ। ତହସିଲଦାର ତାକୁ ଧରିବାକୁ ଗୋଡ଼ାଉଥିଲେ। ଦ୍ରୁତ ଗତିରେ ଖସି ଯାଉଥିବା ବେଳେ ଏକ ବାଇକ୍‌କୁ ପିଟି ଦେଲା ଟ୍ରକ୍‌। ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆଜି ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଦୟା ବ୍ରିଜ୍ ନିକଟରେ।

ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଛି। ଆହତ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ ଓ ଛୋଟ ଝିଅ ସହିତ ବାଇକ୍‌ରେ ବାଲିପାଟଣାରୁ ସାମନ୍ତରାପୁର ଆସୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ସେମାନଙ୍କୁ ପିଟି ଦେଇଥିଲା। ସେମାନେ ବାଇକ୍‌ରୁ ପଡ଼ି ଯାଇଥିଲେ। ସୌଭାଗ୍ୟ ବଶତଃ ସେମାନେ ସମସ୍ତେ ବଞ୍ଚି ଯାଇଥିଲେ। ଯିଏ ଆହତ ହୋଇଛନ୍ତି, ତାଙ୍କ ଗୋଡ଼ରେ ଆଘାତ ଲାଗିଛି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଭୁବନେଶ୍ୱର ତହସିଲଦାରଙ୍କୁ ଅଟକ ରଖିଥିଲେ। ତହସିଲଦାରଙ୍କ ଯୋଗୁ ଏ ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରିଥିଲେ। ତହସିଲଦାର ଟ୍ରକ୍‌କୁ ଗୋଡ଼ାଇବାରୁ ଏହି ଦୁର୍ଘଟଣା ଘଟିଲା ବୋଲି ସେମାନେ କହିଥିଲେ। ତେବେ ଧଉଳି ଥାନା ପୁଲିସ୍ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତହସିଲଦାରଙ୍କୁ ଥାନାକୁ ନେଇଥିଲା। ପରେ ତହସିଲଦାର ସେଠାରୁ ଚାଲି ଯାଇଥିଲେ। ତହସିଲଦାର ଘଟଣା ସଂପର୍କରେ ଗଣମାଧ୍ୟମ ସମ୍ମୁଖରେ କିଛି କହିବାକୁ ମନା କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos