ନମ୍ବର ବିହୀନ ଗାଡ଼ିରେ ଆସି ଗୁଳି କରି ପଳାଇଲେ

ଯାଜପୁର(ଗୁଲାମ ଗସ୍):  ନମ୍ବର ବିହୀନ ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ଆସି  ଜଣେ ଯୁବକଙ୍କୁ ଗୁଳି ମାଡ଼ କରି ପଳାଇଲେ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟ ଓଳାଶୁଣୀ ପାହାଡ଼ ନିକଟରେ। ଗୁରୁତର ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଯୁବକ ଜଣଙ୍କ ହେଲେ ବନ୍ଦରେଶ୍ୱର ଗାଁର ସିଦ୍ଧାନ୍ତ ସାମଲ। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସିଦ୍ଧାନ୍ତ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ବନ୍ଧୁଙ୍କ ସହ […]

jajpur

Tapaswini Nayak
  • Published: Monday, 04 October 2021
  • , Updated: 04 October 2021, 08:34 AM IST

ଯାଜପୁର(ଗୁଲାମ ଗସ୍):  ନମ୍ବର ବିହୀନ ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ଆସି  ଜଣେ ଯୁବକଙ୍କୁ ଗୁଳି ମାଡ଼ କରି ପଳାଇଲେ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟ ଓଳାଶୁଣୀ ପାହାଡ଼ ନିକଟରେ। ଗୁରୁତର ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଯୁବକ ଜଣଙ୍କ ହେଲେ ବନ୍ଦରେଶ୍ୱର ଗାଁର ସିଦ୍ଧାନ୍ତ ସାମଲ। ତାଙ୍କ ଜଙ୍ଘରେ ଗୁଳି ବାଜିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସିଦ୍ଧାନ୍ତ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ବନ୍ଧୁଙ୍କ ସହ ଛିଡା ହୋଇଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ନମ୍ବର ବିହୀନ କାର୍‌ରେ ଆସି  ସିନ୍ଧାନ୍ତଙ୍କ ଉପରେ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ। ପ୍ରଥମେ ତାଙ୍କୁ  ଗୁରୁତର ଅବସ୍ଥାରେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ଜଣାପଡି ନାହିଁ। ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story