ଶୁଦ୍ଧି କର୍ମ ବେଳେ ମାରିଲା ବଜ୍ର, ଚାଲିଗଲା ଜୀବନ

ଆସିକା (ମନୋଜ ମୁନୀ): ଶୁଦ୍ଧି କାର୍ଯ୍ୟ ଚାଲୁଥିବା ବେଳେ ହେଲା ବଜ୍ରପାତ। ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ। ଅନ୍ୟ ଜଣେ ଗୁରୁତର ହୋଇ ଆସିକା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଧରାକୋଟ ଥାନା ଜଗମୋହନ ଗାଁର ପଦ୍ମଚରଣ ସାହୁଙ୍କ ବିୟୋଗ ହୋଇଥିଲା। ଆଜି ତାଙ୍କର ଏକାଦଶାହ କାର୍ଯ୍ୟ ଚାଲିଥିଲା। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଚାଲିଥିଲା ଏକଦଶାହ କାର୍ଯ୍ୟ। ବଛା ବଛା କିଛି ବନ୍ଧୁ ଦଶାହ କାର୍ଯ୍ୟରେ ଯୋଗଦେଇଥିଲେ। ପୋଖରୀ ପାଖରେ ଦଶାହ କାର୍ଯ୍ୟ […]

Asika

Manoranjan Sial
  • Published: Friday, 21 May 2021
  • , Updated: 21 May 2021, 09:48 PM IST

ଆସିକା (ମନୋଜ ମୁନୀ): ଶୁଦ୍ଧି କାର୍ଯ୍ୟ ଚାଲୁଥିବା ବେଳେ ହେଲା ବଜ୍ରପାତ। ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ। ଅନ୍ୟ ଜଣେ ଗୁରୁତର ହୋଇ ଆସିକା ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଧରାକୋଟ ଥାନା ଜଗମୋହନ ଗାଁର ପଦ୍ମଚରଣ ସାହୁଙ୍କ ବିୟୋଗ ହୋଇଥିଲା। ଆଜି ତାଙ୍କର ଏକାଦଶାହ କାର୍ଯ୍ୟ ଚାଲିଥିଲା। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଚାଲିଥିଲା ଏକଦଶାହ କାର୍ଯ୍ୟ। ବଛା ବଛା କିଛି ବନ୍ଧୁ ଦଶାହ କାର୍ଯ୍ୟରେ ଯୋଗଦେଇଥିଲେ। ପୋଖରୀ ପାଖରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ କନ୍ଧମାଳ ଜିଲ୍ଲା ମୁନିଗୁଡା ଗାଁର ସୁକୁଟା ସାହୁଙ୍କର ମୃତ୍ୟୁ ଘଟିଥିଲା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ସେପଟେ ପୂଜା ଚାଲିଥିବା ବେଳେ ବଜ୍ରପାତ ହେବାରୁ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ଯାଯାବର। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ କୁନ୍ଦୁରୁଗୋଡ଼ା ସାହିରେ ଘଟିଛି ଏପରି ଘଟଣା।

 

Related story